ମହିଳା ହକି: ୪ର୍ଥ ମ୍ୟାଚ୍‌ରେ ଦକ୍ଷିଣ କୋରିଆକୁ ୩-୧ରେ ହରାଇଲା ଭାରତ

ସିଓଲ(ଦକ୍ଷିଣ କୋରିଆ): ଭାରତୀୟ ମହିଳା ହକି ଟିମ୍‌ ଆୟୋଜକ ଦକ୍ଷିଣ କୋରିଆକୁ ଶୁକ୍ରବାର ୩-୧ରେ ପରାସ୍ତ କରିଛି। ଜିନ୍‌ଚୁନ ନ୍ୟାସନାଲ ଆଥ୍‌ଲେଟିକ୍‌ ସେଣ୍ଟରରେ ୫ଟି ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାର ୪ର୍ଥ ମୁକାବିଲାରେ ଭାରତ ବିଜୟୀ ହୋଇ ୩ୟ ମ୍ୟାଚ୍‌ରେ ପରାଜୟର ପ୍ରତିଶୋଧ ନେଇଛି। ଭାରତ ପକ୍ଷରୁ ଗୁରଜିତ କୌର ୨ମିନିଟ, ଦିପୀକା ୧୪ ମିନିଟ ଓ ପୁନମ ରାଣୀ ୪୭ ମିନିଟରେ ଗୋଲ ଦେଇଥିଲେ। ଏହି ବିଜୟ ସହିତ ବିଶ୍ୱର ୧୦ ନମ୍ବର ଦଳ ଦ୍ୱିପାକ୍ଷିକ ଶୃଙ୍ଖଳାର ୩-୧ରେ ଅଗ୍ରଣୀ ରହିଛି। ଦକ୍ଷିଣ କୋରିଆ ପକ୍ଷରୁ ହାୟୁନ ପାର୍କ ୫୭ ମିନିଟରେ ଗୋଲ ଦେଇଥିଲେ।

ମ୍ୟାଚ ଆରମ୍ଭରୁ ଭାରତୀୟ ଖେଳାଳିମାନେ ଦକ୍ଷିଣ କୋରିଆକୁ ଚାପରେ ରଖିଥିଲେ। ୨ୟ ହାଫ୍‌ରେ ଉଭୟ ଦଳର ଖେଳାଳି ରଣନୀତିରେ ପରିବର୍ତ୍ତନ କରିଥିଲେ। ଫଳରେ ମ୍ୟାଚ୍‌ ରୋମାଞ୍ଚକ ହୋଇଥିଲା। ଭାରତୀୟ ମହିଳା ହକି ଦଳ ମାର୍ଚ୍ଚ ୧୧ରେ ଶୃଙ୍ଖଳାର ୫ମ ତଥା ଅନ୍ତିମ ମ୍ୟାଚ୍‌ ଖେଳିବ।

ପୂର୍ବରୁ ଭାରତ ୩ୟ ମ୍ୟାଚ୍‌ରେ ଭାରତ ପରାଜିତ ହୋଇଥିଲା। ଦକ୍ଷିଣ କୋରିଆ ପ୍ରଥମ ହାଫ୍‌ରେ ଭାରତ ବିପକ୍ଷରେ ୨ଟି ଗୋଲ୍‌ ଦେଇଥିଲା। ସିଉଲ୍‌ କି ଚେଅନ୍‌ ୧୨ ମିନିଟ ଓ ୟୁରିମ୍‌ ଲି ୧୪ ମିନିଟ୍‌ରେ ଗୋଲ ଦେଇଥିଲେ। ସେହିଭଳି ଭାରତ ପକ୍ଷରୁ ଲାଲରେମ୍‌ସିଆମି ବିପକ୍ଷ ଦଳ ପାଇଁ ୧୬ ମିନିଟ୍‌ରେ ଗୋଲ ଦେଇଥିଲେ।

ସମ୍ବନ୍ଧିତ ଖବର