ଚଣ୍ଡିଗଡ଼: ଭାରତୀୟ ମହିଳା ଟି-୨୦ କ୍ରିକେଟ ଟିମ୍ର ଅଧିନାୟିକା ହରମନପ୍ରୀତ କୌର ଗୁରୁବାର ପଞ୍ଜାବ ପୁଲିସରେ ଡେପୁଟି ସୁପରିଟେଣ୍ଡେଣ୍ଟ ଅଫ୍ ପୁଲିସ(ଡିଏସ୍ପି) ପଦରେ ଯୋଗ ଦେଇଛନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂହ ଓ ପୁଲିସ ମହାନିର୍ଦ୍ଦେଶକ ସୁରେଶ ଅରୋରା କ୍ରିକେଟର ହରମନପ୍ରୀତଙ୍କ ୟୁନିଫର୍ମରେ ଷ୍ଟାର ପିନ୍ ଲଗାଇଛନ୍ତି।
ଏହି ଅବସରରେ ଟୁଇଟ କରି ଅମରିନ୍ଦର କହିଛନ୍ତି, ଯୁବ ଖେଳାଳି ଡିଜିପି ପଦରେ ନିଯୁକ୍ତି ପାଇଥିବାରୁ ମୁଁ ଅତ୍ୟନ୍ତ ଖୁସି ଅନୁଭବ କରୁଛି। ଏହି ଯୁବତୀ ଜଣକ ଡିଜିପି ପଦରେ ଯୋଗଦେଇ ଆମକୁ ଗର୍ବିତ କରାଇ ପାରିଛନ୍ତି। ମୁଁ ଦୃଢ଼ତାର ସହିତ କହୁଛି, ଏହି ଯୁବତୀ ତାଙ୍କ କାର୍ଯ୍ୟ ଭଲ ଭାବରେ ତୁଲାଇବେ।
Proud to join DGP Suresh Arora in pinning the stars on the uniform of this young cricketer @ImHarmanpreet as she takes over as DSP in @PunjabPolice. This lady has done us proud and I’m confident she’ll continue to do so. My best wishes are with her. pic.twitter.com/0yuDOdr6j7
— Capt.Amarinder Singh (@capt_amarinder) March 1, 2018
ନୂତନ କାର୍ଯ୍ୟରେ ଯୋଗଦେବା ପୂର୍ବରୁ ଭାରତୀୟ ରେଳବାଇରେ କାର୍ଯ୍ୟରତ ହରମନପ୍ରୀତଙ୍କୁ ପଞ୍ଜାବ ପୁଲିସ ପକ୍ଷରୁ ଅନୁରୋଧ କରାଯାଇଥିଲା। ପଞ୍ଜାବ ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗକୁ ରେଳ ମନ୍ତ୍ରାଳୟ ସହିତ ଆଲୋଚନା କରିଥିଲେ। ହରମନପ୍ରିତଙ୍କ ଘର ପଞ୍ଜାବର ମୋଗା ଠାରେ ଅବସ୍ଥିତ।
ସୂଚନାଯୋଗ୍ୟ ଯେ, ରେଳବାଇର ସର୍ତ୍ତ ଅନୁସାରେ ନିଯୁକ୍ତିର ୫ ବର୍ଷ ପୂର୍ବରୁ ଚାକିରି ଛାଡ଼ିରେ ଦରମା ଫେରାଇବାକୁ ପଡ଼ିଥାଏ। ପଶ୍ଚିମ ରେଳବାଇରେ ହରମନପ୍ରୀତ ଅଫିସ ସୁପରିଟେଣ୍ଡେଣ୍ଟ ପଦବିରେ ୩ ବର୍ଷ ଚାକିରି ପୂରା କରିଥିବା ବେଳେ ଆଉ ୨ ବର୍ଷ ବାକି ଅଛି। ତେଣୁ ତାଙ୍କୁ ଦରମା ଫେରାଇବାକୁ ପଡ଼ିବ। ବର୍ଷ ୨୦୧୭ରେ ମହିଳା ବିଶ୍ୱ କପ୍ ବିଜୟ ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଡିଏସ୍ପି ପଦରେ ନିଯୁକ୍ତି ନେଇ ହରମନପ୍ରୀତକୁ ଅଫର ଦେଇଥିଲେ।