ସିଲହଟ୍ : ପୁଣି ଥରେ ଏସିଆ କପ୍ ହାତେଇଛି ଭାରତୀୟ ମହିଳା କ୍ରିକେଟ୍ ଟିମ୍ । ଶନିବାର ଅନୁଷ୍ଠିତ ଏସିଆ କପ୍ ଫାଇନାଲରେ ଶ୍ରୀଲଙ୍କାକୁ ୮ ଓ୍ବିକେଟରେ ହରାଇ ୭ମ ଥର ପାଇଁ ଏସିଆ ଚାମ୍ପିଅନ ହୋଇଛି ଭାରତୀୟ ଦଳ ।
ଏହି ବିଜୟ ସହ ପୁଣି ଥରେ ଏସୀୟ କ୍ରିକେଟରେ ନିଜର ଦବଦବା ଜାହିର କରିଛି ଭାରତୀୟ ମହିଳା କ୍ରିକେଟ ଦଳ । ଏପର୍ଯ୍ୟନ୍ତ ୮ଟି ଏସିଆ କପ ଟୁର୍ଣ୍ଣାମେଣ୍ଟ ହୋଇଥିବାବେଳେ ଭାରତ ୭ ଥର ଚାମ୍ପିଅନ ହୋଇଛି ।
ଏହି ବିଜୟ ସହ ପୁଣି ଥରେ ଏସୀୟ କ୍ରିକେଟରେ ନିଜର ଦବଦବା ଜାହିର କରିଛି ଭାରତୀୟ ମହିଳା କ୍ରିକେଟ ଦଳ । ଏପର୍ଯ୍ୟନ୍ତ ୮ଟି ଏସିଆ କପ ଟୁର୍ଣ୍ଣାମେଣ୍ଟ ହୋଇଥିବାବେଳେ ଭାରତ ୭ ଥର ଚାମ୍ପିଅନ ହୋଇଛି ।
ବାଂଲାଦେଶର ସିଲହଟଠାରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଭାରତୀୟ ବୋଲିଂ ଆଗରେ ଶ୍ରୀଲଙ୍କା ଦଳ ବେଶୀ ସମୟ ତିଷ୍ଠି ପାରିନଥିଲା । ଦଳ ୨୦ ଓଭରରେ ୯ ଓ୍ବିକେଟ ହରାଇ ମାତ୍ର ୬୫ ରନ କରିପାରିଥିଲା । ଭାରତ ପକ୍ଷରୁ ରେଣୁକା ସିଂ ୩ଟି ଓ୍ବିକେଟ ନେଇଥିବାବେଳେ ରାଜେଶ୍ବରୀ ଗାଇକ୍ବା଼ଡ ଓ ସ୍ନେହ ରାଣା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।
ଏହାର ଜବାବରେ ଭାରତୀୟ ଦଳ ୮.୩ ଓଭରରେ ୨ଟି ଓ୍ବିକେଟ ହରାଇ ୭୨ ରନ କରିବା ସହ ଫାଇନାଲକୁ ଜିତିନେଇଥିଲା । ଭାରତ ପକ୍ଷରୁ ସ୍ମୃତି ମାନ୍ଧାନା ଅପରାଜିତ ୫୧ ରନ କରିଥିଲେ । ଅଧିନାୟିକା ହରମନପ୍ରିତ କୌର ଅପରାଜିତ ୧୧ ରନ କରିଥିଲେ ।