ଭାରତର ପୂର୍ବତନ ଦ୍ରୁତ ବୋଲର୍, ପ୍ରବୀଣଙ୍କ ନାଁ’ରେ ଏତଲା

ମିରଟ: ଭାରତର ପୂର୍ବତନ ଦ୍ରୁତ ବୋଲର୍ ପ୍ରବୀଣ କୁମାର ଜଣେ ବ୍ୟକ୍ତି ଓ ତାଙ୍କ ଶିଶୁପୁତ୍ରକୁ ଆକ୍ରମଣ କରିବା ଘଟଣା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକାରୀ ଦୀପକ ଶର୍ମାଙ୍କ ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାବେଳେ ତାଙ୍କ ଘର ପାଖ ରାସ୍ତାରେ ସ୍କୁଲ୍ ବସ୍ ଅଟକି ପୁଅକୁ ଓହ୍ଲାଇଥିଲା। ସେତିକି ବେଳେ ରାସ୍ତାରେ ଟ୍ରାଫିକ୍ ଭିଡ଼ ହେବାରୁ କ୍ରିକେଟର୍‌ ପ୍ରବୀଣଙ୍କ ଗାଡ଼ି ଅଟକି ଯାଇଥିଲା। ଏଥିରେ ବିରକ୍ତ ହୋଇ ପ୍ରବୀଣ ଗାଡ଼ିରୁ ଓହ୍ଲାଇ ମତେ ମାରିବା ସହିତ ମୋର ୭ ବର୍ଷର ପୁଅକୁ ଠେ‌ଲି ଦେଇଥିଲେ। କିନ୍ତୁ ପ୍ରବୀଣ ଏ ସବୁ ଅଭିଯୋଗକୁ ମିଛ କହିବା ସହିତ ଥାନାରେ ଆଉ ଏକ ମାମଲା ଦାଏର କରିଛନ୍ତି। ପ୍ରବୀଣ କହିଛନ୍ତି ଯେ ସେ ଛୋଟ ଛୁଆକୁ ଠେଲି ନାହାନ୍ତି। ଓଲଟି ସେ ବ୍ୟକ୍ତି ଜଣକ ମୋ ବେକରୁ ଚେନ୍ ଛଡ଼ାଇବା ସହିତ ମୋ ମୁହଁକୁ ମୁଥ ମାରିଛନ୍ତି।

ସମ୍ବନ୍ଧିତ ଖବର