ସାରବ୍ରୁକେନ (ଜର୍ମାନି) : ତାରକା ବ୍ୟାଡ୍ମିଣ୍ଟନ ଖେଳାଳି କିଦାମ୍ବି ଶ୍ରୀକାନ୍ତ ଏବଂ ମହିଳା ଯୁଗଳ ଯୋଡ଼ି ତ୍ରିଶା ଜଲି ଓ ଗାୟତ୍ରୀ ଗୋପୀଚାନ୍ଦ ଏଠାରେ ଚାଲିଥିବା ହାଇଲୋ ଓପନ୍ ସୁପର ୩୦୦ ପ୍ରତିଯୋଗିତାର ସେମିଫାଇନାଲ୍ରୁ ବିଦାୟ ନେଇଛନ୍ତି। ଫଳରେ ଏହି ପ୍ରତିଯୋଗିତାରେ ଭାରତର ଅଭିଯାନ ଶେଷ ହୋଇଛି। ପୁରୁଷ ଏକକ ସେମିଫାଇନାଲ୍ରେ ୨୦୨୧ ବିଶ୍ବ ପ୍ରତିଯୋଗିତା କାଂସ୍ୟ ବିଜେତା ଶ୍ରୀକାନ୍ତ ୧୮-୨୧, ୧୫-୨୧ରେ ସପ୍ତମ ମାନ୍ୟତାପ୍ରାପ୍ତ ଜୋନାତନ କ୍ରିଷ୍ଟିଙ୍କଠୁ ହାରିଯାଇଥିଲେ। ମହିଳା ଯୁଗଳ ସେମିଫାଇନାଲ୍ରେ ତ୍ରିଶା ଓ ଗାୟତ୍ରୀ କଡ଼ା ସଂଘର୍ଷ କରି ୨୧-୧୭, ୧୪-୨୧, ୧୮-୨୧ରେ ଥାଇଲାଣ୍ଡ୍ ଭଉଣୀ ବେନିୟାପା ଓ ନୁନ୍ତାକର୍ଣ୍ଣ ଏମ୍ସାର୍ଦଙ୍କଡୁ ପରାସ୍ତ ହୋଇଥିଲେ।
ହାଇଲୋ ଓପନ୍ରେ ଭାରତର ଅଭିଯାନ ଶେଷ: ଶ୍ରୀକାନ୍ତ, ଜଲି-ଗାୟତ୍ରୀ ସେମିରୁ ବିଦା
/sambad/media/post_attachments/wp-content/uploads/2022/11/sr.jpg)