ଭୁବନେଶ୍ବର: କ୍ଷରେ ଜବରଦସ୍ତ ବିଜୟ ହାସଲ କରିଛି। ସଲିମା ଟେଟେଙ୍କ ନେତୃତ୍ବାଧୀନ ଦଳ ଶନିବାର ଆରମ୍ଭରୁ ଜର୍ମାନୀ ଉପରେ ଚାପ ସୃଷ୍ଟି କରିବାକୁ ସକ୍ଷମ ‌ହୋଇଥିଲେ।କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ଏଫ୍‌ଆଇଏଚ୍ ହକି ପ୍ରୋ ଲିଗ୍‌ରେ ଭାରତୀୟ ମହିଳା ଦଳ ଶକ୍ତିଶାଳୀ ଜର୍ମାନୀ ବିପ ଯାହାର ଫଳ ସ୍ବରୂପ ଦ୍ବାଦଶ ମିନିଟ୍‌ରେ ଦୀପିକାଙ୍କ ଗୋଲ୍ ବଳରେ ଭାରତ ୧-୦ରେ ଆଗୁଆ ହୋଇଯାଇଥିଲା। ଏହି ଗୋଲ୍‌ଟିକୁ ସେ  ପେନାଲ୍ଟି କର୍ଣ୍ଣରରୁ ସ୍କୋର୍‌ କରିଥିଲେ। ପରବର୍ତ୍ତୀ  ୪୮ ମିନିଟ୍ କାଳ ଉଭୟ ଦଳ ଏକାଧିକ ସୁ‌ଯୋଗ ପାଇଥିଲେ ମଧ୍ୟ ତାହାକୁ  ଗୋଲ୍‌ରେ ରୂପାନ୍ତର କରିବାକୁ ସକ୍ଷମ ହୋଇ ନଥିଲେ।

Advertisment

ଫଳରେ ଭାରତୀୟ ଦଳ ସେହି ୧-୦ର ସ୍କୋର୍ ଲାଇନ୍‌ରେ ବିଜୟୀ ହୋଇ ଏହି ପ୍ରତିଯୋଗିତାରେ ଷଷ୍ଠ ମ୍ୟାଚ୍‌ରୁ ଦ୍ବିତୀୟ ବିଜୟ ପାଇଥିଲା। ବରିଷ୍ଠ ଖେଳାଳି ସୁଶୀଳା ଚାନୁ ପୋଖରମବାମ୍ ଶନିବାର୨୫୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର ମାଇଲଖୁଣ୍ଟ ଛୁଇଁ ଥିବାରୁ ପଡ଼ିଆ ଭିତରେ ଭାରତୀୟ ଦଳ ପକ୍ଷରୁ ତାଙ୍କୁ ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ପୂର୍ବରୁ ଖେଳାଯାଇଥିବା ନେଦରଲାଣ୍ଡ୍‌ସ-ଇଂଲଣ୍ଡ ମ୍ୟାଚ୍‌ରେ ନେଦରଲାଣ୍ଡ୍‌ ଏକତରଫା ଭାବେ ୬-୦ରେ ଇଂଲଣ୍ଡକୁ ପରାସ୍ତ କରିଥିଲା। 

ପୁରୁଷ ୪-୦ରେ ଆୟର୍ଲାଣ୍ଡକୁ ହରାଇଲେ
ଭାରତୀୟ ମହିଳାଙ୍କ ଭଳି ପୁରୁଷ ମଧ୍ୟ ଶନିବାର ବିଜୟର ମିଠାମିଠା ସ୍ବାଦ ଚାଖିଛନ୍ତି। ଏକତରଫା ଭାବେ ୪-୦ରେ ଆୟର୍ଲାଣ୍ଡକୁ ହରାଇ ଦେଇଛନ୍ତି। ଏହି ମୁକାବିଲାରେ ଭାରତୀୟ ଖେଳାଳିମାନେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆଧିପତ୍ୟ ବିସ୍ତାର କରିଥିଲେ। ପ୍ରଥମ ତିନି କ୍ବାର୍ଟର୍‌ରେ ଚାରିଟି ଗୋଲ୍ ଦେଇ ବିଜୟକୁ ସୁନିଶ୍ଚିତ କରିଥିଲେ। ତୃତୀୟ କ୍ବାର୍ଟର ଶେଷ ସୁଦ୍ଧା ୪-୦ରେ ଆଗୁଆ ହେବା ପରେ ଚତୁର୍ଥ କ୍ବାର୍ଟର୍‌ରେ ରକ୍ଷଣାତ୍ମକ ଖେଳ ଖେଳି ଆୟର୍ଲାଣ୍ଡ୍‌ ଅଗ୍ରଭାଗକୁ ବାନ୍ଧି ରଖିଥିଲେ। ଭାରତ ପକ୍ଷରୁ ପ୍ରଥମ  ଗୋଲ୍ ଓଡ଼ିଆ ତାରକା ନୀଲମ ସଂଜୀପ ଖେସ୍ (୧୪ ମିନିଟ୍) ଦେଇଥିଲେ। ଏହା ପରେ ମନଦୀପ ସିଂହ (୨୪ ମିନିଟ୍), ଅଭିଷେକ (୨୮) ଓ ସମସେର୍ ସିଂହ (୩୪ ମିନିଟ୍) ସଫଳ ହୋଇଥିଲେ।