ଲଣ୍ଡନ: ଭାରତ ଏ ପର୍ଯ୍ୟନ୍ତ ବିଶ୍ବକପ୍ ଅଭିଯାନ ଆରମ୍ଭ କରିନାହିଁ। ବୁଧବାର ସେମାନେ ନିଜ ପ୍ରଥମ ମ୍ୟାଚ୍ ଖେଳିବେ। ପ୍ରଥମ ମ୍ୟାଚ୍ ଲାଗି ମନରେ ଥିବା ଭୟ ଏବଂ ସଂଶୟ ପ୍ରତିପକ୍ଷ ଦକ୍ଷିଣ ଆଫ୍ରିକାକୁ ସହାୟକ ହେବ। କିମ୍ବଦନ୍ତୀ ଅଲରାଉଣ୍ଡର ଜ୍ୟାକ୍ କାଲିସ୍ ଏହା କହିଛନ୍ତି। ତେବେ ଦୁଇଟି ଲଗାତାର ପରାଜୟ ବରଣ କରିବା ପରେ ଦକ୍ଷିଣ ଆଫ୍ରିକା ନିଶ୍ଚିତ ଭାବେ ଚାପରେ ଥିବ ବୋଲି ସେ ସ୍ବୀକାର କରିଛନ୍ତି। ଏହା ବେଶ୍ ହତାଶାଭରା ଓ ଦୁଃଖଦାୟକ। ଆସନ୍ତା ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଉପରେ ପ୍ରବଳ ଚାପ ରହିବ, ଏଥିରେ ସେମାନଙ୍କୁ ଭଲ କରିବାକୁ ହେବ। ଅନ୍ୟଥା ସେମାନଙ୍କ ଅଭିଯାନ ଆରମ୍ଭ ହେବା ପୂର୍ବରୁ ଶେଷ ହୋଇଯିବ। ମୁଁ ଜାଣିଛି ଏହା ଆଦୌ ସହଜ ହେବନି। ଛୋଟ ଭୁଲ କଲେ ବି ଭାରତ ଏହାର ନିଶ୍ଚିତ ଲାଭ ଉଠାଇବ ବୋଲି ଆଇସିସି ପାଇଁ ଲେଖିଥିବା ସ୍ତମ୍ଭରେ କାଲିସ୍ କହିଛନ୍ତି। କାଲିସ୍ ମଧ୍ୟ ଦକ୍ଷିଣ ଆଫ୍ରିକାର ଆଘାତ ଜନିତ ସମସ୍ୟା ନେଇ ଚିନ୍ତା ପ୍ରକଟ କରିଛନ୍ତି। ଭଲ ଭାଗୀଦାରି କରିବା ଦକ୍ଷିଣ ଆଫ୍ରିକା ବିପକ୍ଷରେ ବାଂଲାଦେଶ ବିଜୟର ପ୍ରମୁଖ କାରଣ ବୋଲି ମଧ୍ୟ ସେ କହିଛନ୍ତି।
ଭାରତର ‘ପ୍ରଥମ ମ୍ୟାଚ୍ ଭୟ’ ଦକ୍ଷିଣ ଆଫ୍ରିକା ପାଇଁ ସହାୟକ ହେବ: କାଲିସ୍
/sambad/media/post_attachments/wp-content/uploads/2019/06/kallis_1558065f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)