ଭବାନୀପାଟଣା: କଳାହାଣ୍ତି ଜିଲ୍ଲା ଜୁନାଗଡ଼ରେ ଜନ୍ମିତ ପ୍ରବାସୀ ଓଡ଼ିଆ ଜିତ୍ ଗୋଏଲ ଭାରତରେ ପ୍ରଥମ ଥର ପାଇଁ କ୍ରିିକେଟ୍ ମୋବାଇଲ ଆପ୍ସ ଆରମ୍ଭ କରିଛନ୍ତି। ଏହାର ଲୋଗୋ କ୍ରିକ୍ଦୋସ୍ତ ଉନ୍ମୋଚନ ହୋଇଯାଇଛି। ଜିତ୍ ଆମେରିକାର ନ୍ୟୁଜର୍ସି ଠାରେ ନିଜର କମ୍ପ୍ୟୁଟର ସଫ୍ଟୱେର କମ୍ପାନି ଏକ୍ସସେଲ କପୋର୍ରେସନ ଆରମ୍ଭ କରିଥିଲେ। ଚେନ୍ନାଇରେ ଅବସ୍ଥିତ ତାଙ୍କ ଶାଖା କାର୍ଯ୍ୟାଳୟରେ ଆପ୍ସର ଡିଜାଇନର ଶକ୍ତି ଭେଲ, ଟେକନିକାଲ ମ୍ୟାନେଜର ଜେନୋ ବେନିଟଙ୍କ ନେତୃତ୍ବରେ ଏକ ୫୦ ଜଣିଆ ଟିମ ଗତ ଦୁଇ ବର୍ଷ ଧରି ଏହି ଆପ୍ସ କ୍ରିକ୍ଦୋସ୍ତକୁ ପ୍ରସ୍ତୁତ କରିଥିଲେ। ଏହି ଆପ୍ସରେ ଦୃଷ୍ଟି ଆଢ଼ୁଆଳରେ ରହି ଯାଉଥିବା ପ୍ରତିଭାବାନ ଖେଳାଳିମାନେ ମାଗଣାରେ ନିଜର ବ୍ୟାଟି˚ ବୋଲି˚ର ଭିଡିଓ ଫୁଟେଜ ଅପଲୋଡ କରି ସମସ୍ତଙ୍କ ଦୃଷ୍ଟିକୁ ଆସିପାରିବେ। ଏଥିରେ ଦୈନିକ ଜାତୀୟ ତଥା ଅର୍ନ୍ତଜାତୀୟ କ୍ରିକେଟ୍ ଖେଳର ଲାଇଭ ମଧ୍ୟ ଦେଖିପାରିବେ। ପର୍ଯ୍ୟାୟ କ୍ରମେ ଭାରତ ବ୍ୟତୀତ କ୍ରିକେଟ୍ ଖେଳୁଥିବା ଶ୍ରୀଲଙ୍କା, ପାକିସ୍ତାନ, ବାଙ୍ଗଲାଦେଶ, ଇ˚ଲଣ୍ଡ, ଦୁବାଇ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ତ ପ୍ରଭୃତି ଦେଶରେ ଏହି ଆପ୍ସକୁ ପ୍ରଚଳନ କରିବା ପାଇଁ ଯୋଜନା ରହିଥିବା କମ୍ପାନିର ସିଇଓ ଶ୍ରୀ ଗୋଏଲ ପ୍ରକାଶ କରିଛନ୍ତି। କ୍ରିକ୍ଦୋସ୍ତ ଲୋଗୋକୁ କଳାହାଣ୍ତିରେ ଶୁକ୍ରବାର ଉନ୍ମୋଚନ କରାଯାଇଛି। ଏହି ଉତ୍ସବରେ ରାଜ୍ୟ ଦୌଡ଼କୁଦ ସଂଘ ସଭାପତି ଜଗମୋହନ ପଟ୍ଟନାୟକ, ଜିଲା କ୍ରୀଡ଼ା ଅଧିକାରୀ ଶୁଭାଶିଷ ନାୟକ, ଜିଲ୍ଲା କ୍ରୀଡ଼ା ସଂଘ ସହ ସମ୍ପାଦକ ସୁନୀଲ ବେହେରା, ସମ୍ବାଦର ଜିଲ୍ଲା ପ୍ରତିନିଧି ଦେବେନ୍ଦ୍ର ବିଶି, ସୁଧିର ବେହେରା, ସୁରେନ ଅଗ୍ରଵାଲ, ଆଶା ଜୈନ ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରବାସୀ ଓଡ଼ିଆଙ୍କ କମାଲ, ଭାରତରେ ପ୍ରଥମ ଥର ପାଇଁ କ୍ରିକେଟ ମୋବାଇଲ ଆପ୍ସ
/sambad/media/post_attachments/wp-content/uploads/2018/10/SBPHO5-Kld-photo-of-cric-dost-logo.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)