ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା ଟି-୨୦: ଭାରତର ପ୍ରଥମ ପ୍ରତିଦ୍ବନ୍ଦ୍ବୀ ଅଷ୍ଟ୍ରେଲିଆ

ବର୍ମିଙ୍ଗ୍‌ହାମ୍‌: ଆଗାମୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମ ଥର ଲାଗି ମହିଳା ଟ୍ବେଣ୍ଟି-୨୦କୁ ସାମିଲ କରାଯାଇଥିଲା ବେଳେ ଏଥିରେ ମୋଟ ୮ ଦଳ ଭାଗନେବେ। ଏହି ୮ ଦଳକୁ ୨ଟି ଗ୍ରୁପ୍‌ରେ ଭାଗ କରାଯାଇଛି। ହର୍ମନପ୍ରୀତ୍‌ କୌରଙ୍କ ନେତୃତ୍ବା‌ଧୀନ ଭାରତ ଗ୍ରୁପ୍‌-ଏ’ରେ ଅଷ୍ଟ୍ରେଲିଆ, ପାକିସ୍ତାନ ଓ ବାର୍ବାଡସ୍‌ ସହ ସ୍ଥାନ ପାଇଥିଲା ବେଳେ ଗ୍ରୁପ୍‌-ବି’ରେ ଶ୍ରୀଲଙ୍କା, ଇଂଲଣ୍ଡ, ନ୍ୟଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ରହିଛନ୍ତି। ପ୍ରତି ଗ୍ରୁପ୍‌ର ଶ୍ରେଷ୍ଠ ଦୁଇ ଦଳ ସେମିଫାଇନାଲ୍‌କୁ ଉନ୍ନୀତ ହେବେ। ଏହି କ୍ରୀଡ଼ାରେ ଭାରତର ପ୍ରଥମ ପ୍ରତିଦ୍ବନ୍ଦ୍ବୀ ରହିଛି ଅଷ୍ଟ୍ରେଲିଆ। ପ୍ରତିଯୋଗିତାର ଉଦ୍‌ଘାଟନୀ ମ୍ୟାଚ୍‌ରେ ଜୁଲାଇ ୨୯ ତାରିଖ ଦିନ ଭାରତ-ଅଷ୍ଟ୍ରେଲିଆ ମୁହାଁମୁହିଁ ହେ‌ବେ। ଏହାପରେ ଭାରତ ପରବର୍ତୀ ମ୍ୟାଚ୍‌ରେ ଯଥାକ୍ରମେ ପାକିସ୍ତାନ (ଜୁଲାଇ ୩୧) ଏବଂ ବାର୍ବାଡସ୍‌ (ଅଗଷ୍ଟ ୩)କୁ ଭେଟିବ। ସମସ୍ତ ମ୍ୟାଚ୍‌ ଏଜ୍‌ବାଷ୍ଟନରେ ହିଁ ଖେଳାଯିବ।

ସମ୍ବନ୍ଧିତ ଖବର