ଲଣ୍ଡନ: ଭାରତୀୟ କ୍ରିକେଟ୍ ଦଳ ଚଳିତ ଜୁନ୍ ୩୦ ତାରିଖରେ ଖେଳାଯିବାକୁ ଥିବା ଆୟୋଜକ ଇଂଲଣ୍ଡ ବିପକ୍ଷ ବିଶ୍ବକପ୍ ମ୍ୟାଚ୍ କମଳା ରଙ୍ଗର ଜର୍ସିରେ ଖେଳିବ। ପାରମ୍ପରିକ ନୀଳ ଜର୍ସି ବଦଳରେ କମଳା ରଙ୍ଗର ପୋଷାକ ପିନ୍ଧି ପଡ଼ିଆକୁ ଓହ୍ଲାଇବ। ଆଇସିସିର ପ୍ରଚଳିତ ନିୟମ ଅନୁସାରେ ହିଁ କୋହଲି ବାହିନୀକୁ ଏଭଳି ଅଦଳ ବଦଳ କରିବାକୁ ହେବ। ଆଇସିସି ନିୟମ ଅନୁଯାୟୀ, ଆୟୋଜକ ଦଳକୁ ଆଇସିସି ପ୍ରତିଯୋଗିତାରେ ତା’ର ନିଜ ଜର୍ସିର ରଙ୍ଗକୁ କାଏମ ରଖିବାକୁ ପଡ଼ିଥାଏ। ଉଭୟ ଭାରତ ଏବଂ ଇଂଲଣ୍ଡର ଜର୍ସି ପ୍ରାୟତଃ ଏକପ୍ରକାର ରଙ୍ଗ ହୋଇଥିବାରୁ ଭାରତକୁ ଅଲଗା ରଙ୍ଗର ପୋଷାକରେ ମ୍ୟାଚ୍ ଖେଳିବାକୁ ହେବ। କେବଳ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ରେ ହିଁ ଭାରତର ଜର୍ସିରେ ଏହି ପରିବର୍ତ୍ତନ ହେବ। ଆୟୋଜକ ଦଳ ହୋଇଥିବାରୁ ଇଂଲଣ୍ଡ ନିୟମିତ ଜର୍ସିରେ ଓହ୍ଲାଇବ। ସୂଚନାଯୋଗ୍ୟ ଜୁନ୍ ୨ର ବାଂଲାଦେଶ ବିପକ୍ଷ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ନିଜ ଜର୍ସି ବଦଳାଇଥିଲା। ଏହି ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ସବୁଜ ବଦଳରେ ହଳଦିଆ ରଙ୍ଗର ପୋଷାକ ପିନ୍ଧି ଥିଲା। ତେବେ ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ୍ ଓ ୱେଷ୍ଟଇଣ୍ଡିଜ୍ ଦଳର ଇଂଲଣ୍ଡ ବିପକ୍ଷ ମ୍ୟାଚ୍ରେ ଜର୍ସି ରଙ୍ଗରେ ପରିବର୍ତନ ଦରକାର ପଡ଼ିବନି। କାରଣ ଏହି ତିନି ଦଳର ଜର୍ସି, ଅନ୍ୟ କୌଣସି ଦଳର ଜର୍ସିର ରଙ୍ଗ ସହ ମେଳ ଖାଉନାହିଁ।
ଇଂଲଣ୍ଡ ବିପକ୍ଷରେ ଭାରତ କମଳା ରଙ୍ଗର ଜର୍ସି ପିନ୍ଧିବ
/sambad/media/post_attachments/wp-content/uploads/2019/06/Untitled-6-16.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)