ହକି ବିଶ୍ବକପ୍‌ ଓ ଏସୀୟ କ୍ରୀଡ଼ାରେ ଭାରତର ପରବର୍ତ୍ତୀ ପଦକ ଲକ୍ଷ୍ୟ: ଶ୍ରୀଜେସ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳର କା˚ସ୍ୟ ପଦକ ହେଉଛି ଭାରତରେ ହକିର ପୁନର୍ଜନ୍ମ। ଦୁର୍ଭାଗ୍ୟବଶତଃ ଭାରତ ଫାଇନାଲ୍‌ରେ ପହଞ୍ଚିପାରିଲାନି। କିନ୍ତୁ ଦଳ ସବୁବେଳେ ଜିତିବା ପାଇଁ ଖେଳିଥାଏ। ବର୍ତ୍ତମାନ ଆମେ ଅଲିମ୍ପିକ୍ସ ପଦକଧାରୀ ଏବ˚ ଏବେଠାରୁ ଜିତିବା ଅଭ୍ୟାସକୁ ଆଗକୁ ବଢ଼ାଇବାକୁ ପ୍ରୟାସ ଜାରି ରଖିବାକୁ ହେବ ବୋଲି କହିଛନ୍ତି ଭାରତୀୟ ଦଳର ଗୋଲରକ୍ଷକ ପିଆର‌୍‌ ଶ୍ରୀଜେସ।
ଭାରତୀୟ ଦଳକୁ ପରବର୍ତ୍ତୀ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ପଡ଼ିବ। ସେଥିପାଇଁ ଆଗାମୀ ଏସୀୟ କ୍ରୀଡ଼ା ଗୁରୁତ୍ବପୂର୍ଣ୍ଣ ରହିବ। ଭାରତ ପରବର୍ତ୍ତୀ ବିଶ୍ବକପ୍‌ ଆୟୋଜନ କରିପାରେ। ତେଣୁ ଏଠାରେ ମଧ୍ୟ ଆମକୁ ଭଲ ପ୍ରଦର୍ଶନ ଦେବାକୁ ପଡ଼ିବ ବୋଲି ଶ୍ରୀଜେସ ଏକ ସାକ୍ଷାତକାରରେ କହିଛନ୍ତି।

ଭାରତୀୟ ପୁରୁଷ ହକି ଦଳ ୪୧ ବର୍ଷ ପରେ ଅଲିମ୍ପିକ୍ସରେ ପଦକ ଜିତିଥିଲା। ଯାହାଫଳରେ ବେଲଜିୟମ ଓ ଅଷ୍ଟ୍ରେଲିଆ ପଛକୁ ଏବେ ଭାରତ ଆନ୍ତର୍ଜାତିକ ହକି ମହାସ˚ଘର ମାନ୍ୟତା ତାଲିକାରେ ତୃତୀୟ ସ୍ଥାନ ପାଇପାରିଛି। ଏଥିପୂର୍ବରୁ ମନପ୍ରୀତ ସି˚ହଙ୍କ ନେତୃତ୍ବାଧୀନ ଦଳ ମାର୍ଚ୍ଚ ୨୦୨୦ରେ ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌ର ଦ୍ବିତୀୟ ସ˚ସ୍କରଣର ପ୍ରଥମ ତିନି ରାଉଣ୍ତରେ ଶ୍ରେଷ୍ଠ ପ୍ରଦର୍ଶନ କରି ଚତୁର୍ଥ ସ୍ଥାନରେ ରହିଥିଲା। ଟୋକିଓ ଅଲିମ୍ପିକ୍ସରେ ମନପ୍ରୀତଙ୍କ ଦଳ ପୁଲ୍‌ ଏ’ରେ ୫ରୁ ୪ ମ୍ୟାଚ୍‌ ଜିତି ଦ୍ବିତୀୟରେ ରହିଥିଲା। ପରେ କ୍ବାର୍ଟର ଫାଇନାଲ୍‌ରେ ଗ୍ରେଟ୍‌ ବ୍ରିଟେନକୁ ୩-୧ ଗୋଲ୍‌ରେ ହରାଇ ସେମି ଫାଇନାଲ୍‌ରେ ପ୍ରବେଶ କରିଥିଲା। ତେବେ ସେମିରେ ବେଲଜିୟମଠୁ ୨-୫ ଗୋଲ୍‌ରେ ପରାସ୍ତ ହେବାପରେ କା˚ସ୍ୟ ପଦକ ପାଇଁ ଜର୍ମାନି ସହିତ ଲଢେଇ କରିଥିଲା। ଏଥିରେ ଜର୍ମାନିକୁ ୫-୪ ଗୋଲ୍‌ରେ ହରାଇ ଭାରତ ପଦକ କାଂସ୍ୟ ହାସଲ କରିବା ସହ ଏହାର ଶ୍ରେଷ୍ଠ ମାନ୍ୟତା ପାଇପାରିଛି।

ସମ୍ବନ୍ଧିତ ଖବର