ଭାରତ-ଇଂଲଣ୍ଡ ଟି-୨୦: ୩/୭୮ରେ ଭାରତ ବ୍ୟାଟିଂ ଜାରି

କାର୍ଡିଫ: ଟିମ୍‌ ଇଣ୍ଡିଆ ଓ ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚ ଶୃଙ୍ଖଳାର ୨ୟ ଟି-୨୦ ମୁକାବିଲା କାର୍ଡିଫର ସୋଫିଆ ଗାଡେନସ୍‌ରେ ଜାରି ରହିଛି। ଟସ୍‌ ହାରି ଟିମ୍‌ ଇଣ୍ଡିଆ ପ୍ରଥମେ ବ୍ୟାଟି କରିଛି। ରିପୋର୍ଟ ଲେଖାଯିବା ବେଳକୁ ଭାରତ ୧୨ ଓଭରରେ ୩ ଓ୍ଵିକେଟ୍‌ ହରାଇ ୭୮ ରନ୍‌ ସଂଗ୍ରହ କରିଛି। ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଓ ସୁରେଶ ରାଇନା କ୍ରିଜରେ ଅଛନ୍ତି।

ଭାରତ ୭ ରନରେ ରୋହିତ ଶର୍ମାଙ୍କୁ ହରାଇଥିଲା। ୨୨ ରନ୍‌ରେ ଶିଖର ଧାଓ୍ଵନ ଓ ଲୋକେଶ ରାହୁଲ ଆଉଟ ହୋଇଥିଲେ। ଓପନର ରୋହିତ ଶର୍ମା ୯ଟି ବଲ ସମ୍ମୁଖୀନ ହୋଇ ୫ ରନ ସଂଗ୍ରହ କରିବା ପରେ ଜେ. ବଲଙ୍କ ବଲ ଜୋସ ବଟଲରଙ୍କୁ କ୍ୟାଚ ଦେଇଥିଲେ। ୧୨ଟି ବଲ ସମ୍ମୁଖୀନ ହୋଇ ଶିଖର ଧାଓ୍ଵନ (୧୦)ମୋର୍ଗାନ ଓ ଜସନ ରାୟଙ୍କ ଦ୍ୱାରା ରନ୍‌ ଆଉଟ ହୋଇଥିଲେ। ସେହିଭଳି ପ୍ରଥମ ଟି-୨୦ରେ ଶତକ ହାସଲ କରିଥିବା ଲୋକେଶ ରାହୁଲ ୮ଟି ବଲ ଖେଳି ୬ ରନ୍‌ ଯୋଡ଼ିବା ପରେ ପୁଲକେତଙ୍କ ଦ୍ୱାରା ବୋଲଡ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର