ସ୍ପେସାଲ୍ ଅଲିମ୍ପିକ୍ସ ଭାରତର ଗିନିଜ୍ ରେକର୍ଡ

‌ଭୁବନେଶ୍ବର: ସ୍ପେସାଲ୍ ଅଲିମ୍ପିକ୍ସ ଭାରତ ପକ୍ଷରୁ ଏକ ଅଭିନବ ଗିନିଜ୍ ରେକର୍ଡ ପ୍ରତିଷ୍ଠା କରାଯାଇଛି। ନିର୍ଦ୍ଧିଷ୍ଟ ସ୍ଥାନରେ ସମାନ ସମୟରେ ସର୍ବାଧିକ ଲୋକଙ୍କ ଦୌଡ଼କୁ ଏକାଧିକ ସ୍ଥାନରେ ଅୟୋଜନ କରି ଗିନିଜ୍ ବୁକ୍‌ ଅଫ୍‌ ୱାର୍ଲଡ ରେକର୍ଡରେ ସାମିଲ ହୋଇଛି। ଭୁବନେଶ୍ବର ସମେତ ଦେଶର ୧୨୫ଟି ସ୍ଥାନରେ ଏଭଳି କରିଛି ଭିନ୍ନକ୍ଷମ, ଦିବ୍ୟାଙ୍ଗ ଓ ମାନସିକ ଅନଗ୍ରସରଙ୍କ ପାଇଁ ନିରବଛିନ୍ନ ଭାବେ କାର୍ଯ୍ୟ କରୁଥିବା ସ୍ବତନ୍ତ୍ର ଅଲିମ୍ପିକ୍ସ ଭାରତ। ଭୁବନେଶ୍ବରରେ ଏହି କାର୍ଯ୍ୟକ୍ରମ ସୋଆ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍-୪ ପରିସରରେ ଅନୁଷ୍ଠିତ ହୋଇଥିବା ବେଳେ ସ୍ପେଶାଲ୍ ଅଲିମ୍ପିକ୍ସର ଫିଟ୍‌-୫ ପ୍ରଦର୍ଶନ ମଧ୍ୟ କରାଯାଇଥିଲା।

ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ରଙ୍କ ସହିତ ପ୍ରଫେସର ବିଜୟ କୁମାର ସାହୁ, ‌ପ୍ରଫେସର ଜ୍ୟୋତି ରଂଜନ ଦାସ, ପ୍ରଫେସର ନୀତା ମହାନ୍ତି, ଡକ୍ଟର ସ୍ଥିତପ୍ରଜ୍ଞ ଦଳବେହେରା, ସସ୍ମିତା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଏସ୍‌ଓବି-ଓଡ଼ିଶାର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରକାଶ କୁମାର ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଇମ୍ଫା, ବିଆର୍‌ଏମ-ଆସା, ଓଏଲ୍‌ଏସ୍‌ ଏହାକୁ ପ୍ରାୟୋଜିତ କରିଥିଲେ। ଏହା ପୂର୍ବରୁ ମଙ୍ଗଳବାର ପୁରୀରେ ସଂସ୍ଥା ପକ୍ଷରୁ ଆଜାଦ କି ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅଧୀନରେ ‘ରିଟର୍ନ ଟୁ ପ୍ଲେ, ଦ ଇନ୍‌କ୍ଲୁଜନ୍‌ ରିଭଲ୍ୟୁସନ୍‌’ ଅନ୍ତର୍ଗତ କ୍ରୀଡ଼ାବିତଙ୍କ ସୁସ୍ଥ ଶିବିର ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସାମ୍ବାଦିକ ୟୁନିୟନ୍‌ର ପୁରୀ ଜିଲ୍ଲା ସମ୍ପାଦକ ପ୍ରଶାନ୍ତ କୁମାର ସାହୁ , ପୁରୀ ସଂସ୍କୃତି ଅଧିକାରୀ ଅରବିନ୍ଦ ଦାଶ ଓ ପୁରୀ ଶିଶୁ କଲ୍ୟାଣ ସମିତି ସଦସ୍ୟା ଦୀପ୍ତି ଦାଶ ପ୍ରମୁଖ ଅତିଥି ଥିଲେ। ବିଆର୍‌ମ୍ ଆଶା, ଓଏଲ୍‌ଏସ୍‌ ଓ ବିକାଶ ଏହି କାର୍ଯ୍ୟକ୍ରମକୁ ସହଯୋଗର ହାତ ବଢ଼ାଇଥିଲେ।

ସମ୍ବନ୍ଧିତ ଖବର