ହଂକଂ: ଚଳିତ ମହିଳା ଏମର୍ଜିଂ ଏସିଆ କପ୍‌ ଟ୍ବେଣ୍ଟି-୨୦ କ୍ରିକେଟ୍‌ ପ୍ରତିଯୋଗିତାରେ ଭାରତୀୟ ଏ’ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଗ୍ରୁପ୍‌-ଏ’ରେ ସ୍ଥାନ ପାଇଥିବା ଭାରତ ମଙ୍ଗଳବାର ନିଜର ପ୍ରଥମ ମ୍ୟାଚ୍‌ରେ ଆୟୋଜକ ହଂକଂକୁ ୯ ୱିକେଟ୍‌ରେ ପରାସ୍ତ କରିଛି। ଭାରତ ଟସ୍‌ ଜିତି ହଂକଂକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଭାରତୀୟ ବୋଲରଙ୍କୁ ସମ୍ନା କରି ନପାରି ହଂକଂ ୧୪ ଓଭରରେ ସମସ୍ତ ୱିକେଟ୍‌ ହରାଇ ମାତ୍ର ୩୪ ରନ୍‌ କରିଥିଲା।

Advertisment

ମାରିକୋ ହିଲ (୧୪ ରନ୍‌) କେବଳ ଦୁଇ ଅଙ୍କ ଛୁଇଁଥିଲେ। ଭାରତର ଶ୍ରୀୟଙ୍କା ପାଟିଲ (୩-୧-୨-୫) ସଫଳ ବୋଲର ରହିଥିଲା ବେଳେ ମନ୍ନତ କାଶ୍ୟପ (୨/୨),‌ ପାର୍ଶବୀ ଚୋପ୍ରା (୨/୧୨) ଓ ତିତାସ ସାଧୁ (୧/୩) ଅନ୍ୟ ୱିକେଟ୍‌ଗୁଡ଼ିକୁ ବାଣ୍ଟି ନେଇଥିଲେ। ଜବାବରେ ଭାରତ କେବଳ ସ୍ବିତା ସେରାୱାତ (୨)ଙ୍କ ୱିକେଟ୍‌ ହରାଇ ୫.୨ ଓଭରରେ ମ୍ୟାଚ୍‌ ଜିତି ନେଇଥିଲା। ୟୁ ଚେତ୍ରୀ (୧୬*) ଓ ଗୋଙ୍ଗାଡ଼ି ତ୍ରିଶା (୧୯*) ଅପରାଜିତ ରହି ଦଳକୁ ବିଜୟ ଭେଟି ଦେଇଥିଲେ। ୫ ୱିକେଟ୍‌ ସଫଳତା ଲାଗି ଶ୍ରୀୟଙ୍କା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।