ଭୁବନେଶ୍ବର: ଆୟୋଜକ ଭାରତ ବିଜୟରୁ ଇଣ୍ଟରକଣ୍ଟିନେଣ୍ଟାଲ୍ କପ୍ ଅଭିଯାନ ଆରମ୍ଭ କରିଛି। ଶୁକ୍ରବାର ସନ୍ଧ୍ୟାରେ କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ ୨-୦ ଗୋଲ୍ରେ ମଙ୍ଗୋଲିଆକୁ ହରାଇଛି। ପ୍ରଥମ ଥର ପାଇଁ କଳିଙ୍ଗ ଷ୍ଟାଡିୟମ୍ରେ ଖେଳୁଥିବା ଭାରତୀୟ ଦଳ ଆରମ୍ଭରୁ ମ୍ୟାଚ୍ ଉପରେ ନିୟନ୍ତ୍ରଣ ରଖିଥିଲା। ଦ୍ବିତୀୟ ମିନିଟ୍ରେ ସହଲ ସମଦ ଘରୋଇ ବ୍ଲୁ ଟାଇଗରଙ୍କ ପାଇଁ ଖାତା ଖୋଲିଥିଲେ। ଡାହାଣପଟୁ ଅନିରୁଦ୍ଧ ଥାପାଙ୍କ ସଟ୍କୁ ମଙ୍ଗୋଲିଆ ଗୋଲ୍ରକ୍ଷକ ଏନ୍ଖତାଇଭାନ୍ ଧରିବାକୁ ପ୍ରୟାସ କରିଥିଲେ ବି ହାତରୁ ଖସାଇଦେଇଥିଲେ। ସହଲଙ୍କ ପାଖକୁ ଆସିଥିବା ଏହି ରିବାଉଣ୍ଡ ବଲ୍କୁ ସେ ସିଧାସଳଖ ନେଟ୍ସ ଭିତରକୁ ପଠାଇ ଦେଇଥିଲେ। ସେହିପରି ୧୪ ତମ ମିନିଟ୍ରେ ଛାଙ୍ଗତେ ଭାରତ ପାଇଁ ଦ୍ବିତୀୟ ଗୋଲ୍ ଦେଇ ଆଗୁଆ ରଖିଥିଲେ। କର୍ଣ୍ଣରରୁ ଆସିଥିବା ସଟ୍କୁ ସନ୍ଦେଶ ଝିଙ୍ଗାନ୍ ହେଡର କରି ପୋଷ୍ଟ ଆଡ଼କୁ ମାରିଥିଲେ। କିନ୍ତୁ ତାହାକୁ ମଙ୍ଗୋଲିଆ ଖେଳାଳିମାନେ ରୋକିବାରେ ସଫଳ ହୋଇଥିଲେ। ତଥାପି ଛାଙ୍ଗତେ ତୁରନ୍ତ ଭିଡ଼ ଭିତରୁ ବଲ୍କୁ ନଜ ନିୟନ୍ତ୍ରଣକୁ ଆଣି ପଏଣ୍ଟ ବ୍ଲାଙ୍କ୍ ଦୂରତାରୁ ପୋଷ୍ଟ ଭିତରେ ପହଞ୍ଚାଇଦେଇଥିଲେ। ହେଲେ ଏହାପରଠୁ ମ୍ୟାଚ୍ରେ ଆଉ ଗୋଲ୍ ନହେବାରୁ ଭାରତ ସହଜରେ ମ୍ୟାଚ୍ ଜିତିଯାଇଥିଲା।
/sambad/media/post_attachments/wp-content/uploads/2023/06/654d654gd65gjgjgjdj.jpg)
ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ଦଳର ଖେଳାଳିଙ୍କ ସହିତ ପରିଚିତ ହୋଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହିତ ୫ଟି ସଚିବ ଭିକେ ପାଣ୍ଡିଆନ୍, ଏଆଇଏଫ୍ଏଫ୍ ସଭାପତି କଲ୍ୟାଣ ଚୌବେ, ମହାସଚିବ ସାଜି ପ୍ରଭାକରନ୍ ଉପସ୍ଥିତ ଥିଲେ। ରାଜ୍ୟରେ ଫୁଟବଲ୍ର ବିକାଶ ପାଇଁ ସରକାର ସବୁପ୍ରକାରର ସହାୟତା ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ଏଆଇଏଫ୍ଏଫ୍ କର୍ମକର୍ତ୍ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏଥିସହିତ ଏକାଧିକ ଫୁଟବଲ୍ ପ୍ରତିଯୋଗିତା ଆୟୋଜନରେ ଓଡ଼ିଶା ସରକାରଙ୍କ ଉଦ୍ୟମକୁ ଚୌବେ ପ୍ରଶଂସା କରିଥିଲେ।
ଭାନୁଆତୁକୁ ହରାଇଲା ଲେବାନନ୍
ଭୁବନେଶ୍ବର: ଲେବାନନ୍ ଅଧିନାୟକ ହାସନ ମାତୌକଙ୍କୁ ଦୁଇଟି ଗୋଲ୍ ସହଭାଗୀତା ଯୋଗୁଁ କଳିଙ୍ଗ ଷ୍ଟାଡିୟମ୍ରେ ଆରମ୍ଭ ହୋଇଥିବା ଇଣ୍ଟରକଣ୍ଟିନେଣ୍ଟାଲ୍ କପ୍ର ପ୍ରଥମ ମ୍ୟାଚ୍ରେ ଲେବାନନ୍ ୩-୧ ଗୋଲ୍ରେ ଭାନୁଆତୁକୁ ପରାସ୍ତ କରିଛି। ପ୍ରତିଯୋଗିତାରେ ସର୍ବୋଚ୍ଚ ମାନ୍ୟତାପ୍ରାପ୍ତ ଲେବାନନ୍ ଆରମ୍ଭରୁ ରକ୍ଷଣାତ୍ମକ ଖେଳିଥିଲା। ଯେଉଁଥି ପାଇଁ ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିଥିଲା। ଦ୍ବିତୀୟାର୍ଦ୍ଧରେ ୫୯ ମିନିଟ୍ରେ ମାତୌକଙ୍କଠୁ ପାସ୍ ପାଇ ନାଦେର ମାତାର୍ ପ୍ରଥମ ଗୋଲ୍ ଦେଇଥିଲେ। ଏହା ଫଳରେ ଲେବାନନ୍ ଅଗ୍ରଣୀ ପାଇଥିଲେ ବି ତିନି ମିନିଟ୍ ପରେ ଜନ୍ ଓହାଲେ ଏହାକୁ ଶୁଝିଥିଲେ। କିନ୍ତୁ ୭୨ ମିନିଟ୍ରେ ମାତୌକଙ୍କ ଫ୍ରି ହିଟ୍ ସଟ୍କୁ ହାସନ୍ କୌରାନି ହେଡ୍ କରି ଦ୍ବିତୀୟ ଗୋଲ୍ ଦେଇଥିଲା ବେଳେ ଓ ୮୫ ମିନିଟ୍ରେ କରିମ୍ ଡାରୱିଚ୍ ଗୋଲ୍ ଦେଇ ଲେବାନନ୍କୁ ଏକତରଫା ଜିତାଇଥିଲେ। ଏହି ବିଜୟ ଦ୍ବାରା ୨୦୨୧ ପରେ ପ୍ରଥମ ଥର ପାଇଁ ଲେବାନନ୍ କୌଣସି ଆନ୍ତର୍ଜାତିକ ମ୍ୟାଚ୍ ଜିତିପାରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/54dj65g4d56gjgjgjddgjgdj.jpg)