ବାର୍ବାଡସ୍‌: େଓ୍ଵଷ୍ଟଇଣ୍ଡିଜ୍‌ କ୍ରିକେଟ୍‌ ବୋର୍ଡ ଖେଳାଳିଙ୍କ ଚୁକ୍ତି ନେଇ ନୂଆ ନୀତି ପ୍ରଣୟନ କରିଛି। ବିଭିନ୍ନ ଫର୍ମାଟ୍‌ (ସବୁ ଫର୍ମାଟ୍‌, ଟେଷ୍ଟ ଓ ସୀମିତ ଓଭର) ପାଇଁ ଭିନ୍ନ ଭିନ୍ନ ଖେଳାଳିଙ୍କୁ ଚୁକ୍ତିବଦ୍ଧ କରିଛି। ମାତ୍ର ୫ ଜଣ ଖେଳାଳି ଜାସନ୍‌ ହୋଲ୍‌ଡର, ସାନନ୍‌ ଗାବ୍ରିଏଲ୍‌, ସାଇ ହୋପ୍‌, ଅଲ୍‌ଜାରି ଜୋସେଫ୍‌ ଓ ଦେବେନ୍ଦ୍ର ବିଶୁ ସବୁ ଫର୍ମାଟ୍‌ ପାଇଁ ଚୁକ୍ତିବଦ୍ଧ ହୋଇଥିଲା ବେଳେ ୬ ଜଣ କ୍ରେଗ୍‌ ବ୍ରାଥ୍‌େଓ୍ଵଟ୍‌, ରସ୍ତନ୍‌ ଚେଜ୍‌, ସେନ୍‌ ଡୌରିକ୍‌, ଜର୍ମିନେ ବ୍ଲାକ୍‌ଉଡ୍‌, ମିଗୁଏଲ୍‌ କମିନ୍‌ସ, ଜୋମେଲ୍‌ ଓ୍ଵାରିକାନ୍‌ଙ୍କୁ ରେଡ୍‌ ବଲ୍‌ ଫର୍ମାଟ୍‌ ଏବଂ ୫ ଜଣ କାର୍ଲୋସ୍‌ ବ୍ରାଥ୍‌େଓ୍ଵଟ୍‌, ଆସ୍‌ଲେ ନର୍ସ, ଜାସନ୍‌ ମହମ୍ମଦ, ଇଭିନ୍‌ ଲୁଇସ୍‌, ରୋଭ୍‌ମାନ୍‌ ପାେଓ୍ଵଲଙ୍କୁ ହ୍ଵାଇଟ୍‌ ବଲ୍‌ ଚୁକ୍ତି ତାଲିକାରେ ସାମିଲ କରାଯାଇଛି।