ଇଣ୍ଡିଜ୍‌ ୪୨୯ ରନ୍‌ରେ ଆଗୁଆ

ବୁଲାଓ୍ଵାୟୋ: ଜିମ୍ବାେଓ୍ଵ ବିପକ୍ଷ ପ୍ରଥମ ଟେଷ୍ଟ୍‍ରେ େଓ୍ଵଷ୍ଟଇଣ୍ଡିଜ୍‌ ତୃତୀୟ ଦିନ ସୁଦ୍ଧା ହାତରେ ୨ ଓ୍ଵିକେଟ୍‌ ରଖି ୪୨୯ ରନ୍‌ରେ ଆଗୁଆ ରହିଛି। େଓ୍ଵଷ୍ଟ୍‍ଇଣ୍ଡିଜ୍‌ ତୃତୀୟ ଦିନ ସୁଦ୍ଧା ଦ୍ୱିତୀୟ ପାଳିରେ ୮ ଓ୍ଵିକେଟ୍‌ ହରାଇ ୩୬୯ ରନ୍‌ କରିଛି। ରବିବାର ୮୮/୧ରୁ ଖେଳ ଆରମ୍ଭ କରିଥିବା େଓ୍ଵଷ୍ଟ୍‌ଇଣ୍ଡିଜ୍‌ ଆଉ ୭ ଓ୍ଵିକେଟ୍‌ ହରାଇ ୨୮୧ ରନ୍‌ ଯୋଡ଼ି ସ୍ଥିତି ଦୃଢ଼ ରଖିଛି। ଏହି ପାଳିରେ କ୍ରେଗ୍‌ ବ୍ରାଥ୍‌େଓ୍ଵଟ୍‌ ୮୬, କାଏଲ୍‌ ହୋପ୍‌ ୪୩, ସାଇ ହୋପ୍‌ ୪୪ ଏବଂ ଦେବେନ୍ଦ୍ର ବିଶୁ ୪୪ ରନ୍‌ କରିଥିଲା ବେଳେ ରସ୍ତନ୍‌ ଚେଜ୍‌ ୯୧ ରନ୍‌ରେ ଅପରାଜିତ ରହିଛନ୍ତି। ଜିମ୍ବାେଓ୍ଵ ପକ୍ଷରୁ ଅଧିନାୟକ ଗ୍ରେମ୍‌ କ୍ରିମର ୩ ଏବଂ ସିଅନ୍‌ ଓ୍ଵିଲିୟମ୍ସ ଓ କାଏଲ୍‌ ଜାର୍ଭିସ୍‌ ୨ ଲେଖାଏଁ ଓ୍ଵିକେଟ୍‌ ଅକ୍ତିଆର କରିଛନ୍ତି। ଶନିବାର ଭ୍ରମଣକାରୀ ଦଳକୁ ୨୧୯ ରନ୍‌ରେ ଅଲ୍‌ ଆଉଟ୍‌ କରିଥିବା ଜିମ୍ବାେଓ୍ଵ ଦଳ ରବିବାର ୧୫୯ ରନ୍‌ରେ ଅଲଆଉଟ୍‌ ହୋଇଥିଲା।

ସମ୍ବନ୍ଧିତ ଖବର