ଓଡ଼ିଶାରେ ମୋଟର ସ୍ପୋର୍ଟସକୁ ଲୋକପ୍ରିୟ କରିବା ଦିଗରେ ଦୀର୍ଘ ଦିନ ହେବ କାର୍ଯ୍ୟ କରି ଆସୁଥିବା କଳିଙ୍ଗ ମୋଟର ସ୍ପୋର୍ଟସ କ୍ଲବ୍ ବା କେଏମ୍ଏସ୍ସି ଚଳିତ ବର୍ଷ ଓଡ଼ିଶାର ମୋଟର ସ୍ପୋର୍ଟସପ୍ରେମୀଙ୍କୁ ଆଉ ଏକ ଅନ୍ତର୍ଜାତୀୟ ରାଲିକୁ ପାଖରୁ ଦେଖିବାର ସୁଯୋଗ ପ୍ରଦାନ କରିବ। ଭାରତ-ରୁଷିଆ କୁଟନୈତିକ ସଂପର୍କ ସ୍ଥାପନର ୭୦ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ହେବାକୁ ଥିବା ଇଣ୍ଡୋ-ରଷିଆ ଫ୍ରେଣ୍ଡସିପ୍ ମୋଟର ରାଲିକୁ ରାଜଧାନୀ ଭୁବନେଶ୍ୱର ଆଣିବ। ଉଭୟ ଭାରତ ଏବଂ ରୁଷିଆରେ ଦୁଇଟି ପର୍ଯ୍ୟାୟରେ ଏହି ରାଲି ଆୟୋଜିତ ହେବ। ଏଥିରେ ୨୨ କାର୍ରେ ୨୦ ଦଳ ଅଂଶ ଗ୍ରହଣ କରିବେ। ୬୦ରୁ ୭୦ ଜଣ ଚାଳକ ଏବଂ ତାଙ୍କ ସାଥୀଙ୍କୁ ନେଇ ଆୟୋଜିତ ହେବାକୁ ଥିବା ଏହି ରାଲିର ସଡ଼କ ପଥରେ ୧୯,୨୩୫ ଏବଂ ଜଳପଥରେ ୧୯୬୦ ପର୍ଯ୍ୟନ୍ତ ଚାଲିବ। ଭାରତ, ଇରାନ, ଆଜାରବାଇଜନ ଏବଂ ରୁଷିଆର ପ୍ରତିଯୋଗୀମାନେ ଏଥିରେ ଅଂଶ ଗ୍ରହଣ କରିବେ। ରାଲି ୨୯ ଏପ୍ରିଲରେ ଇରାନର ବନ୍ଦରଆବାସରୁ ଆରମ୍ଭ ହୋଇ ମେ ୧୬ ୨୦୧୮ରେ ରୁଷିଆର ସେଣ୍ଟ ପିଟର୍ସବର୍ଗରେ ଶେଷ ହେବ। ଭାରତ ପର୍ଯ୍ୟାୟ ୨୦ ଫେବ୍ରୁଆରିରେ ଭିଲାଇଠାରେ ଆରମ୍ଭ ହୋଇ ମାର୍ଚ ୧୪ରେ ନୂଆଦିଲ୍ଲୀରେ ସରିବ। ଭିଲାଇରୁ ଆରମ୍ଭ ହୋଇ ଏହି ରାଲି ରାଞ୍ଚି ଏବଂ ବୋକାରୋ ଦେଇ ଭୁବନେଶ୍ୱରରେ ପହଞ୍ଚିବ। ସେଠାରୁ ଭାଇଜାକ, ହାଇଦ୍ରାବାଦ, ଚେନ୍ନାଇ, କୁଦନ କୁଲନ, ବେଙ୍ଗାଲୁରୁ ଦେଇ ଗୋଆ ପହଞ୍ଚିବ। ପୁଣି ସେଠାରୁ ମୁମ୍ବାଇ, ଅହମ୍ମଦାବାଦ, ଜାମନଗର ଏବଂ ରୁଷିକେଶ ଦେଇ ନୂଆଦିଲ୍ଲୀରେ ଶେଷ ହେବ। ଭାରତ ଓ ରୁଷିଆ ସଂପର୍କକୁ ଆହୁରି ଗାଢ଼ କରିବା ସହ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଏବଂ ପୁଞ୍ଜିନିବେଶ ବଢ଼ାଇବା ଏହି ରାଲିର ବାର୍ତା ହେବ। କେଏମଏସସି ଭାରତ-ନେପାଳ, ବାଂଲାଦେଶ ଭୁଟାନ-ଭାରତ-ନେପାଳ, ଭାରତ-ମ୍ୟାମାର-ଥାଇଲାଣ୍ଡ ଭଳି ଚାରିଟି ଅନ୍ତର୍ଜାତୀୟ ମୋଟର ରାଲି ଆୟୋଜନ କରି ସାରିଛି। ହେଲେ ଏଥରର ଇଣ୍ଡୋ-ରଷିଆ ରାଲି ସବୁଠାରୁ ଲମ୍ବା ଏବଂ ଦୀର୍ଘତମ ବୋଲି ଗୁରୁବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କ୍ଲବର ବରିଷ୍ଠ କର୍ମକର୍ତା ରଶ୍ମି ରଂଜନ କାନୁନ୍ଗୋ ପ୍ରକାଶ କରିଛନ୍ତି।
ଭୁବନେଶ୍ୱର ଆସିବ ଇଣ୍ଡୋ-ରଷିଆ ଫ୍ରେଣ୍ଡସିପ୍ ମୋଟର ରାଲି
/sambad/media/post_attachments/wp-content/uploads/2018/01/udipta.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)