ଭାରତ-ଶ୍ରୀଲଙ୍କା ‌ଶୃଙ୍ଖଳା: ଫର୍ଣ୍ଣାଣ୍ଡୋ, ମେଣ୍ଡିସ୍ ବାଦ୍: ଶଣକା ଅଧିନାୟକ

କଲମ୍ବୋ: ଭାରତ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ଲାଗି ୧୮ ଜଣିଆ ଶ୍ରୀଲଙ୍କା ଦଳ ସୋମବାର ଘୋଷିତ ହୋଇଛି। ଅଫସ୍ପିନର୍‌ ଆସିଆଁ ଡାନିଏଲ୍‌ ଏକମାତ୍ର ନୂଆ ମୁହଁ ଭାବେ ଦଳରେ ସ୍ଥାନ ପାଇଛନ୍ତି। କିନ୍ତୁ ଗତ ସପ୍ତାହରେ ଶେଷ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍‌ ଟ୍ବେଣ୍ଟି-୨୦ ଶୃଙ୍ଖଳା ବେଳେ ଆହତ ହୋଇଥିବାରୁ ବ୍ୟାଟର୍‌ ଅଭିଷ୍କା ଫର୍ଣ୍ଣାଣ୍ଡୋ, ସିମର୍‌ ନୁୱାନ ତୁସରା, ସ୍ପିନର୍‌ ରମେଶ ମେଣ୍ଡିସ୍‌ ସ୍ବଦେଶ ଫେରି ଯିବାରୁ ବାଦ୍‌ ପଡ଼ିଛନ୍ତି। ଅଲରାଉଣ୍ଡର୍‌ ଦାସୁନ ଶଣକାଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି। ଅଷ୍ଟ୍ରେଲିଆ ଗସ୍ତରେ ୧-୪ରେ ପରାଜିତ ସିଂହଳୀ ଦଳ ୨୪ ତାରିଖରେ ଲକ୍ଷ୍ନୌରେ ପ୍ରଥମ ଟ୍ବେଣ୍ଟି-୨୦ ଖେଳିବା ପରେ ଧର୍ମଶାଳାରେ ୨୬ ଓ ୨୭ରେ ଲଗାତାର ଦୁଇ ମ୍ୟାଚ୍‌ ଖେଳିବ।

ଶ୍ରୀଲଙ୍କା ଟ୍ବେଣ୍ଟି-୨୦ ଦଳ: ଦାସୁନ ଶଣକା (ଅଧିନାୟକ), ପଥୁମ ନିଶଙ୍କ, କୁସାଲ ମେଣ୍ଡିସ୍‌, ଚରିତ ଆସଲଙ୍କା (ଉପଅଧିନାୟକ), ଦ‌ୀନେଶ ଚାନ୍ଦିମାଳ, ଦାସୁନ ଗୁଣତିଳକ, କାମିଲ ମିଶାରା, ଜନିଥ ଲିୟାନେଜ୍‌, ୱାନିନ୍ଦୁ ହସରଙ୍ଗା, ଚାମିକା କରୁଣାରତ୍ନେ, ଦୁଷ୍ମନ୍ତ ଚାମିରା, ଲାହିରୁ କୁମାରା, ବିନୁରା ଫର୍ଣ୍ଣା‌ଣ୍ଡୋ, ଶିରନ ଫର୍ଣ୍ଣାଣ୍ଡୋ, ମହେଶ ତୀକ୍ଷଶାଣା, ଜେଫ୍ରେ ବନ୍ଦରସେ, ପ୍ରବୀଣ ଜୟବିକ୍ରମା, ଆସିଆଁ ଡାନିଏଲ୍‌।

ସମ୍ବନ୍ଧିତ ଖବର