ଇଣ୍ଡୋନେସିଆ ମାଷ୍ଟର୍ସ: ଲକ୍ଷ୍ୟ ଓ ସାଇନାଙ୍କ ବିଜୟ ଅଭିଯାନ

ଜାକର୍ତା: ଭାରତୀୟ ବ୍ୟାଡ୍‌ମିଣ୍ଟନ ତାରକା ଲକ୍ଷ୍ୟ ସେନ୍‌ ଏବଂ ସାଇନା ନେହ୍ବାଲ ଇଣ୍ଡୋନେସିଆ ମାଷ୍ଟର୍ସ ସୁପର ୫୦୦ ପ୍ରତିଯୋଗିତାରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ପୁରୁଷ ଏକକ ପ୍ରଥମ ରାଉଣ୍ଡରେ ଲକ୍ଷ୍ୟ ୨୧-୧୨ ଓ ୨୧-୧୧ ସିଧାସଳଖ ଗେମ୍‌ରେ ଜାପାନ ପ୍ରତିଦ୍ବନ୍ଦ୍ବୀ କୋଡାଇ ନାରାଓକେଙ୍କୁ ପରାସ୍ତ କରି ଦ୍ବିତୀୟ ରାଉଣ୍ଡରେ ପହଞ୍ଚି ଯାଇଛନ୍ତି। ସେନ୍‌ ପରବର୍ତୀ ରାଉଣ୍ଡରେ ମାଲେସିଆର ଏନ୍‌ଜି ଜି ୟଙ୍ଗ୍‌ଙ୍କୁ ଭେଟିବେ। ସେହିପରି ମହିଳା ଏକକ ପ୍ରଥମ ରାଉଣ୍ଡରେ ସାଇନା ୨୧-୧୫, ୧୭-୨୧ ଓ ୨୧-୧୫ରେ ଚାଇନିଜ୍‌ ତାଇପେର ପାଇ ୟୁ ପୋ’ଙ୍କୁ ପରାସ୍ତ କରି ଦ୍ବିତୀୟ ରାଉଣ୍ଡ ତଥା ପ୍ରିକ୍ବାର୍ଟର ଫାଇନାଲ୍‌ ସ୍ଥାନ ସୁରକ୍ଷିତ କରିନେଇଛନ୍ତି। ତେବେ ଅନ୍ୟତମ ଭାରତୀୟ କିଦାମ୍ବି ଶ୍ରୀକାନ୍ତ ପ୍ରବଳ ଲଢ଼େଇ କରିବା ସତ୍ତ୍ବେ ପ୍ରଥମ ରାଉଣ୍ଡରେ ହାରି ଯାଇଛନ୍ତି।

ସମ୍ବନ୍ଧିତ ଖବର