ଜାକର୍ତା: ଚଳିତ ଇଣ୍ଡୋନେସିଆ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରୁ ଚତୁର୍ଥ ମାନ୍ୟତା ଭାରତୀୟ କିଦାମ୍ବି ଶ୍ରୀକାନ୍ତଙ୍କ ଅଭିଯାନ ଆରମ୍ଭରୁ ଶେଷ ହୋଇଯାଇଛି। ବୁଧବାର ପୁରୁଷ ଏକକ ପ୍ରଥମ ପର୍ଯ୍ୟାୟ ମୁକାବିଲାରେ ଶ୍ରୀକାନ୍ତ ପ୍ରବଳ ଲଢ଼େଇ କରିବା ସତ୍ତ୍ୱେ ଜାପାନ ପ୍ରତିଦ୍ୱନ୍ଦ୍ୱୀ କେଣ୍ଟୋ ମୋମୋଟାଙ୍କ ନିକଟରୁ ୨୧-୧୨, ୧୪-୨୧ ଓ ୧୫-୨୧ରେ ପରାସ୍ତ ହେଲେ। ସେହିପରି ମହିଳା ଏକକରେ ବୈଷ୍ଣବୀ ରେଡ୍ଡୀ, ପୁରୁଷ ଯୁଗଳରେ ମନୁ ଅତ୍ରି-ବି ସୁମିତ୍ ରେଡ୍ଡୀ ଏବଂ ମିଶ୍ରିତ ଯୁଗଳରେ ପ୍ରଣବ ଜେରି ଚୋପ୍ରା-ଏନ୍ ସିକ୍କି ରେଡ୍ଡୀ ମଧ୍ୟ ପରାଜୟର ସାମ୍ନା କରିଛନ୍ତି। ବୈଷ୍ଣବୀ ସିଧାସଳଖ ୧୨-୨୧ ଓ ୧୦-୨୧ରେ ଡେନ୍ମାର୍କର ଲିନେ ହୋଜ୍ମାର୍କ ଜାର୍ସଫିଲ୍ଡଙ୍କ ନିକଟରୁ ହାରି ବିଦାୟ ନେଇଥିଲା ବେଳେ ମନୁ-ସୁମିତ୍ ଯୋଡ଼ି ୨୧-୧୫, ୧୫-୨୧ ଓ ୧୭-୨୧ରେ ଚୀନ୍ ଯୋଡ଼ି ଲିଉ ଚେଙ୍ଗ୍ ଓ ନାନ୍ ଝାଙ୍ଗ୍ଙ୍କଠୁ ଏବଂ ପ୍ରଣବ-ସିକ୍କି ୧୨-୨୧ ଓ ୧୪-୨୧ ସିଧାସଳଖ ଗେମ୍ରେ ଚୀନ୍ ଯୋଡ଼ି ସିଓ୍ଵି ଝେଙ୍ଗ୍ ଓ ହୁଆଙ୍ଗ୍ ୟାକ୍ୱିଙ୍ଗ୍ଙ୍କଠାରୁ ପରାସ୍ତ ହୋଇଛନ୍ତି। ତେବେ ମହିଳା ଏକକରେ ତୃତୀୟ ମାନ୍ୟତା ପିଭି ସିନ୍ଧୁ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ସିନ୍ଧୁ ତା’ଙ୍କ ପ୍ରଥମ ପର୍ଯ୍ୟାୟ ମୁକାବିଲାରେ ବୁଧବାର ଥାଇଲାଣ୍ଡ ପ୍ରତିଦ୍ୱନ୍ଦ୍ୱୀ ପର୍ଣ୍ଣପଓ୍ଵି ଚୋଜୁଓ୍ଵାଙ୍ଗ୍ଙ୍କୁ ୨୧-୧୫, ୧୯-୨୧ ଓ ୨୧-୧୩ରେ ପରାସ୍ତ କରି ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ଚି ଯାଇଛନ୍ତି।
ଶ୍ରୀକାନ୍ତ ହାରିଲେ, ସିନ୍ଧୁ ଆଗେଇଲେ
ଇଣ୍ଡୋନେସିଆ ଓପନ୍
/sambad/media/post_attachments/wp-content/uploads/2017/11/sindhu.jpeg)
/sambad/media/agency_attachments/2024-07-24t043029592z-sambad-original.webp)