ବାଲି: ଚଳିତ ଇଣ୍ଡୋନେସିଆ ଓପନ୍ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାର ପ୍ରିକ୍ବାର୍ଟର ଫାଇନାଲ୍ରେ ଭାରତର ଦୁଇ ଅଲିମ୍ପିକ୍ସ ପଦକ ବିଜୟିନୀ ପିଭି ସିନ୍ଧୁଙ୍କ ସହ ପୁରୁଷ ତାରକା କିଦାମ୍ବି ଶ୍ରୀକାନ୍ତ ଓ ବି ସାଇ ପ୍ରଣୀତ ପ୍ରବେଶ କରିଛନ୍ତି। ବୁଧବାର ମହିଳା ଏକକରେ ବିଶ୍ବ ବିଜୟିନୀ ସିନ୍ଧୁ ୧୭-୨୧, ୨୧-୧୭, ୨୧-୧୭ରେ ଜାପାନ୍ର ଆୟା ଓହୋରିଙ୍କୁ ପରାସ୍ତ କରିଥିଲେ।
ତୃତୀୟ ମାନ୍ୟତାପ୍ରାପ୍ତ ସିନ୍ଧୁ ପ୍ରିକ୍ବାର୍ଟର୍ରେ ୨୬ ମାନ୍ୟତାପ୍ରାପ୍ତ ଜର୍ମାନିର ଭୋନି ଲିଙ୍କୁ ଭେଟିବେ। ସେହିପରି ପୁରୁଷ ଏକକରେ ପୂର୍ବତନ ଶୀର୍ଷ ମାନ୍ୟତାପ୍ରାପ୍ତ ଶ୍ରୀକାନ୍ତ ୨୧-୧୫, ୧୯-୨୧, ୨୧-୧୨ରେ ନିଜ ଦେଶର ଏଚ୍ଏସ୍ ପ୍ରଣୟଙ୍କୁ ଏବଂ ପ୍ରଣୀତ ୨୧-୧୯, ୨୧-୧୮ରେ ଫ୍ରାନ୍ସର ତୋମା ଜୁନିୟର ପୋପୋଭଙ୍କୁ ପରାସ୍ତ କରିଥିଲେ। ତେବେ ଭାରତୀୟ ମିଶ୍ରିତ ଯୁଗଳ ଯୋଡ଼ି ଏନ୍ ସିକ୍କି ରେଡ୍ଡୀ ଓ ଧ୍ରୁବ କପିଳ ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେଇଛନ୍ତି। ଏହି ଭାରତୀୟ ଯୋଡ଼ି ୭-୨୧, ୧୨-୨୧ରେ ଜାପାନ୍ର କୋହେଇ ୟାମାସିତା ଓ ନାରୁ ସିନୋୟାଙ୍କଠୁ ହାରି ଯାଇଥିଲେ।