ଜାକର୍ତ୍ତା : ଭାରତୀୟ ପୁରୁଷ ଯୁଗଳ ଯୋଡ଼ି ସାତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଇଣ୍ଡୋନେସିଆ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଶନିବାର ସେମିଫାଇନାଲ୍ରେ ଏହି ଭାରତୀୟ ଯୋଡ଼ି ୧ ଘଣ୍ଟା ୭ ମିନିଟ୍ର କଡ଼ା ସଂଘର୍ଷ ପରେ ୧୭-୨୧, ୨୧-୧୯, ୨୧-୧୮ରେ କୋରିଆର ମିନ୍ ହଉକ୍ କାଙ୍ଗ ଓ ସିଉଙ୍ଗ ଜାଲ ସିଓଙ୍କୁ ପରାସ୍ତ କରିଥିଲେ। ଏଥିସହ କୋରିଆ ଯୋଡ଼ିଙ୍କ ବିପକ୍ଷରେ ସାତ୍ବିକ-ଚିରାଗ ବିଜୟ ଓ ପରାଜୟ ବ୍ୟବଧାନକୁ ୩-୨ରେ ପହଞ୍ଚାଇଛନ୍ତି। ତେବେ ପୁରୁଷ ଏକକ ସେମିଫାଇନାଲ୍ରୁ ଭାରତୀୟ ତାରକା ଏଚ୍ଏସ୍ ପ୍ରଣୟଙ୍କ ଅଭିଯାନ ଶେଷ ହୋଇଛି। ପ୍ରଣୟ ୧୫-୨୧, ୧୫-୨୧ରେ ଶୀର୍ଷ ମାନ୍ୟତାପ୍ରାପ୍ତ ଡେନ୍ମାର୍କର ଭିକ୍ଟର ଆକ୍ସେଲସନ୍ଙ୍କଠୁ ହାରି ଯାଇଥିଲେ।
ଇଣ୍ଡୋନେସିଆ ଓପନ୍: ଫାଇନାଲ୍ରେ ସାତ୍ବିକ-ଚିରାଗ
/sambad/media/post_attachments/wp-content/uploads/2023/06/Satwik-chirag1.jpg)