ଭୁବନେଶ୍ବର: ଆଜିଠୁ ଇଣ୍ଡୋନେସିଆର ଯୋଗ୍ୟକର୍ତା ସହରରେ ଆରମ୍ଭ ହୋଇଥିବା ପାରା ବ୍ୟାଡ୍ମିଣ୍ଟନ ଆନ୍ତର୍ଜାତିକ ପ୍ରତିଯୋଗିତାର କ୍ବାର୍ଟର ଫାଇନାଲ୍ରେ ଦିଲେଶ୍ବର ରାଓ ସ୍ଥାନ ସୁରକ୍ଷିତ କରିଛନ୍ତି। ଭାରତୀୟ ଦଳରେ ଏକମାତ୍ର ଓଡ଼ିଶା ଖେଳାଳି ଭାବେ ସାମିଲ ଥିବା ଦିଲେଶ୍ବର ଏକକ ବର୍ଗର ପ୍ରଥମ ଗ୍ରୁପ୍ ମ୍ୟାଚ୍ରେ ଗୁରୁବାର ନିଜ ଦେଶର ପ୍ରବୀଣ କୁମାରଙ୍କୁ ୨୧-୧୭ ଓ ୨୧-୧୯ ସିଧାସଳଖ ଗେମ୍ରେ ପରାସ୍ତ କରିଥିଲା ବେଳେ ଦ୍ବିତୀୟ ମ୍ୟାଚ୍ରେ ଇଣ୍ଡୋନେସିଆର ମାମନ ନୁର୍ଜମନଙ୍କଠାରୁ ୮-୨୧, ୧୦-୨୧ରେ ହାରିଯାଇଥିଲେ। ତେବେ ତୃତୀୟ ମ୍ୟାଚ୍ରେ ନିଜ ଦେଶର ଦୀପକଙ୍କୁ ୨୧-୮, ୨୧-୧୯ରେ ପରାସ୍ତ କରି କ୍ବାର୍ଟର ଫାଇନାଲ୍ରେ ପହଞ୍ଚି ଯାଇଛନ୍ତି। କ୍ବାର୍ଟର ଫାଇନାଲ୍ରେ ତାଙ୍କର ମୁକାବିଲା ଇଣ୍ଡୋନେସିଆର ଉକୁନ ରୁକାଏଣ୍ଡିଙ୍କ ସହ ହେବ। ତେବେ ଯୁଗଳ ବର୍ଗରେ ଇଣ୍ଡୋନେସିଆର ବନ୍ବାଙ୍ଗ୍ ଉସିୟାନ୍ଙ୍କୁ ସାଥୀ କରି ଖେଳୁଥିବା ଦିଲେଶ୍ବର ଗ୍ରୁପ୍ ମ୍ୟାଚ୍ରେ ହାରିଯାଇଛନ୍ତି।
ଇଣ୍ଡୋନେସିଆ ପାରା ବ୍ୟାଡ୍ମିଣ୍ଟନ: କ୍ବାର୍ଟରରେ ଦିଲେଶ୍ବର
/sambad/media/post_attachments/wp-content/uploads/2022/08/5f4h65fsh4hs6f54fhs654fhs65hf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)