କଟକ: ଜବାହରଲାଲ ନେହରୁ ଇନ୍ଡୋର ଷ୍ଟାଡିୟମରେ ଚାଲିଥିବା ଅନ୍ତଃବିଦ୍ୟାଳୟ-ଵାଇଜିଟିଟିଏ ଟେବୁଲ ଟେନିସ ପ୍ରତିଯୋଗିତାର ମହିଳା ଏକକରେ ପୁରୀର ଗୁରୁନାନକ ପବ୍ଲିକ ସ୍କୁଲ୍ ଛାତ୍ରୀ ଶ୍ବେତପଦ୍ମା ଦଳାଇ ବିଜେତା ହୋଇଛନ୍ତି। ଓଡ଼ିଶା ଟେବୁଲ ଟେନିସ ସ˚ଘ ଓ ଵାଇଜିଟିଟିଏ ମିଳିତ ଆନୁକୂଲ୍ୟରେ ଚାଲିଥିବା ଏହି ପ୍ରତିଯୋଗିତାରେ ଶନିବାର ମହିଳା ଏକକ ଫାଇନାଲରେ ଭୁବନେଶ୍ବର କେନ୍ଦ୍ରୀୟ ବିଦ୍ୟାଳୟ-୧ର ବର୍ଷା ପଣ୍ତାଙ୍କୁ ୩-୦ରେ ପରାସ୍ତ କରିଥିଲେ ଶ୍ବେତପଦ୍ମା। ଅନ୍ୟପକ୍ଷରେ ପୁରୁଷ ଏକକରେ ନିଉ ଷ୍ଟିଵାର୍ଟ ବିଦ୍ୟାଳୟର ମହମ୍ମଦ ଜିସାନ, ଡିପିଏସ୍ କଳିଙ୍ଗର ଅଙ୍କୁର ବିଶ୍ବାଳ, ମୁନିସିପାଲ ହାଇସ୍କୁଲ୍ର ଫରଜ ରଜା, ସିଡିଏ ଡିଏଭିର ଆୟନ ମୁସ୍ତାକ ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। କନିଷ୍ଠ ବାଳକରେ ଜିଜ୍ଞାସୁ ସାହୁ, ଶୁଭମ ତ୍ରିପାଠୀ ସେମି ଫାଇନାଲ୍କୁ ଉନ୍ନୀତ ହୋଇଥିବା ରାଜ୍ୟ ସ˚ଘ ପକ୍ଷରୁ ସୂଚନା ଦିଆଯାଇଛି।
ଅନ୍ତଃବିଦ୍ୟାଳୟ ଟିଟି: ଶ୍ବେତପଦ୍ମା ଏକକ ବିଜେତା
/sambad/media/post_attachments/wp-content/uploads/2022/08/21fs231sfh231h32ffhffhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)