ଇନ୍ଦୋର : ଇନ୍ଦୋରର ହୋଲକର କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଭାରତ ବାଂଲାଦେଶ ପ୍ରଥମ ଟେଷ୍ଟ ମ୍ୟାଚରେ ଭ୍ରମଣକାରୀ ବାଂଲାଦେଶ ନିଜର ପ୍ରଥମ ଇନିଂସରେ ୧୫୦ ରନ କରି ଅଲଆଉଟ ହୋଇଯାଇଛି । ଏହାର ଜବାବବରେ ଭାରତ ନିଜର ପ୍ରଥମ ଇଂନିସ ବ୍ୟାଟିଂ ଆରମ୍ଭ କରିଛି । ସର୍ବଶେଷ ସୂଚନା ଅନୁସାରେ ଭାରତ ୮ ଓଭର ଶେଷ ସୁଦ୍ଧା ରୋହିତ ଶର୍ମାଙ୍କ ଓ୍ଵିକେଟ ହରାଇ ୧୬ ରନ ସଂଗ୍ରହ କରିଛି । ରୋହିତ ମାତ୍ର ୬ ରନ କରି ଆଉଟ ହୋଇଥିଲେ । ଏବେ ମୟଙ୍କ ଅଗ୍ରଓ୍ଵାଲ ଓ ଚେତଶ୍ବର ପୂଜାରା ବ୍ୟାଟିଂ କରୁଛନ୍ତି ।
ଏହା ପୂର୍ବରୁ ବାଂଲାଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ଦଳର କୌଣସି ବ୍ୟାଟସମ୍ୟାନ ଭାରତୀୟ ବୋଲରଙ୍କ ସମ୍ମୁଖୀନ ହୋଇପାରିନଥିଲେ । ଦଳ ପକ୍ଷରୁ ମୁସ୍ତାଫିଜୁର ରହିମ ସର୍ବାଧିକ ୪୩ ଓ ମୋମିନୁଲ ହକ ୩୭ ରନ କରିଥିଲେ । ଭାରତ ପକ୍ଷରୁ ମହମ୍ମଦ ସାମୀ ୩ଟି, ଉମେଶ ଯାଦବ, ଇଶାନ୍ତ ଶର୍ମା ଓ ଆର.ଅଶ୍ୱୀନ ୨ଟି ଲେଖାଏଁ ଓ୍ଵିକେଟ ନେଇଥିଲେ । ଗତ ସପ୍ତାହରେ ଅନୁଷ୍ଠିତ ଟି-୨୦ ସିରିଜରେ ଭାରତ ବାଂଲାଦେଶକୁ ୨-୧ ରେ ପରାସ୍ତ କରିଥିଲା ।