ଇନ୍ଦୋର ଟେଷ୍ଟ : ବିଜୟ ଅଭିମୁଖେ ଭାରତ, ଦ୍ୱିତୀୟ ଇନିଂସରେ ବାଂଲାଦେଶ ୨୦୪/୭

ଇନ୍ଦୋର : ଇନ୍ଦୋରର ହୋଲକର କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟମ୍ୟାଚରେ ଭାରତ ବିଜୟର ଦ୍ୱାରଦେଶରେ ପହଞ୍ଚିଛି । ଭାରତର ପ୍ରଥମ ଇଂନିସ ୪୯୩ ରନରେ ପାଳି ଘୋଷଣା କରିଥିବାବେଳେ ବାଂଲାଦେଶ ନିଜର ଦ୍ୱିତୀୟ ଇନିଂସରେ ବି ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ସର୍ବଶେଷ ସୂଚନା ମିଳିବା ପର୍ଯ୍ୟନ୍ତ ବାଂଲାଦେଶ ୭ ଓ୍ଵିକେଟ ହରାଇ ୨୦୪ ରନ ସଂଗ୍ରହ କରିଛି । ମୁସ୍ତାଫିଜୁର ରହିମଙ୍କ ବ୍ୟତୀତ ଅନ୍ୟ ସମସ୍ତ ବ୍ୟାଟ୍ସମ୍ୟାନ ଭାରତୀୟ ବୋଲରଙ୍କ ଆଗରେ ତିଷ୍ଠି ପାରିନଥିଲେ ।

ରହିମ ଏବେ ୬୦ ରନ କରି ଅପରାଜିତ ଅଛନ୍ତି । । ଭାରତ ପକ୍ଷରୁ ମହମ୍ମଦ ସାମୀ ୩ଟି, ଉମେଶ ଯାଦବ ୨ଟି, ଇଶାନ୍ତ ଶର୍ମା ଓ ଆର.ଅଶ୍ୱୀନ ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଥିଲେ । ବାଂଲାଦେଶ ନିଜର ପ୍ରଥମ ଇନିଂସରେ ୧୫୦ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ଭାରତ ନିଜର ପ୍ରଥମ ଇନିଂସରେ ୬ ଓ୍ଵିକେଟ ହରାଇ ୪୯୩ ରନ ସଂଗ୍ରହ କରିଥିଲା । ଭାରତୀୟ ଇନିଂସର ଏକ ମୁଖ୍ୟ ଆକର୍ଷଣ ଥିଲା ମୟଙ୍କ ଅଗ୍ରଓ୍ଵାଲଙ୍କ ଆକର୍ଷଣୀୟ ଦ୍ୱିଶତକ । ସେ ୩୩୦ ରନ ଖେଳି ୨୪୩ ରନ ସଂଗ୍ରହ କରିଥିଲେ ।

ସମ୍ବନ୍ଧିତ ଖବର