କଟକ, : କ୍ରମାଗତ ଦୁଇଟି ପରାଜୟ ଏବଂ ଏକାଧିକ ଆଶଙ୍କା ଭିତରେ ଗତି କରିବା ପରେ ଶେଷରେ ଓଡ଼ିଶା ବିଜୟ ପାଇଛି। ଏହା ମଧ୍ୟ ସପ୍ତମ ମ୍ୟାଚ୍ରୁ ଓଡ଼ିଶାର ତୃତୀୟ ବିଜୟ ଥିଲା। ବୁଧବାର ଜମ୍ମୁ କାଶ୍ମୀରକୁ ତା’ ନିଜ ମାଟିରେ ହରାଇଛି। ଜମ୍ମୁର ଗାନ୍ଧୀ ସ୍ମାରକୀ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପଡ଼ିଆରେ ଅନୁଷ୍ଠିତ ଏଲିଟ୍ ଗ୍ରୁପ୍ ସି’ର ଏହି ମ୍ୟାଚ୍ରେ ଓଡ଼ିଶା ୮ ଵିକେଟ୍ରେ ବିଜୟୀ ହୋଇଛି। ଭ୍ରମଣକାରୀ ଦଳ ପାଇଁ ଚିନ୍ତାର କାରଣ ପାଲଟିଥିବା ଜମ୍ମୁ କାଶ୍ମୀର ଅଧିନାୟକ ପର୍ଭେଜ୍ ରସୁଲ୍ଙ୍କୁ ୧୫୮ ରନ୍ରେ ଆଉଟ କରିବା ପରେ ନିମ୍ନକ୍ରମ ଆପେ ଆପେ ଭୁଶୁଡ଼ି ଯାଇଥିଲା। ଯଦିଓ ଅମୀର ଅଜିଜ୍ (୫୬)ଙ୍କ ଅର୍ଧଶତକୀୟ ପାଳି ଓ ମହମ୍ମଦ ମୁଧାସିରଙ୍କ (୩୧) ରକ୍ଷଣାତ୍ମକ ଭଙ୍ଗୀ କିଛି ସମୟ ପାଇଁ ଓଡ଼ିଶାକୁ ଆଶଙ୍କା ଭିତରକୁ ଠେଲି ଦେଇଥିଲା। ହେଲେ ଏମାନଙ୍କ ଵିକେଟ୍ ଯିବା ପରେ ଓଡ଼ିଶା ସମ୍ମୁଖରେ ୧୯୬ ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ବସନ୍ତ ମହାନ୍ତି ଏହି ପାଳିରେ ସର୍ବାଧିକ ୪, ଧୀରାଜ ସି˚ହ ଓ ଗୋବିନ୍ଦ ପୋଦ୍ଦାର ୨ ଲେଖାଏଁ ଵିକେଟ୍ ନେଇଥିଲେ। ତେବେ ଓଡ଼ିଶା ଲଡୁଆ ପ୍ରଦର୍ଶନ କରି ଏହି ଲକ୍ଷ୍ୟକୁ ୪୯.୧ ଓଭରରେ ହାସଲ କରିନେଇଥିଲା। ବିଶେଷକରି ଶାନ୍ତନୁ ମିଶ୍ର ଓ ଶୁଭ୍ରାଂଶୁ ସେନାପତିଙ୍କ ଚିତାକର୍ଷକ ଅର୍ଧଶତକ ହିଁ ଓଡ଼ିଶାକୁ ବହୁମୂଲ୍ୟ ବିଜୟ ଭେଟି ଦେଇଥିଲା। ଅନୁରାଗ ଷଡ଼ଙ୍ଗୀ (୨୦) ଓ ଶାନ୍ତନୁ ମିଶ୍ର (୭୮)ଙ୍କ ଵିକେଟ୍ ହରାଇଥିବା ଓଡ଼ିଶା ଶୁଭ୍ରାଂଶୁଙ୍କ ଅପରାଜିତ ୭୨ ଏବଂ ଗୋବିନ୍ଦ ପୋଦ୍ଦାରଙ୍କ ଅପରାଜିତ ୨୦ ରନ୍ ବଳରେ ମ୍ୟାଚ୍ ଜିତିଯାଇଥିଲା। ପ୍ରଥମ ପାଳିରେ ଶତକୀୟ ପାଳି ଖେଳିଥିବା ଅଭିଷେକ ରାଉତଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଭାବେ ବିବେଚନା କରାଯାଇଛି। ଏହି ବିଜୟ ସହ ଓଡ଼ିଶା ୧୯ ପଏଣ୍ଟ୍ ପାଇ ଅଷ୍ଟମରୁ ଏକାବେଳକେ ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଛି।
ତୃତୀୟ ଦିନରେ ଶତକ ଅର୍ଜନ କରି ବ୍ୟାଟି˚ କରୁଥିବା ପର୍ଭେଜ୍ ଓ ଅମୀର ମଧ୍ୟାହ୍ନ ବିରତି ପୂର୍ବରୁ ଯଥାକ୍ରମେ ବ୍ୟକ୍ତିଗତ ୧୫୦ ଓ ୫୦ ରନ୍ ଅତିକ୍ରମ କରିଥିଲେ। ଉଭୟଙ୍କ ମଧ୍ୟରେ ୧୧୧ ରନ୍ର ଭାଗୀଦାରି ହୋଇଥିଲେ ମଧ୍ୟ ବିରତି ପୂର୍ବରୁ ବସନ୍ତ ମହାନ୍ତି ଏହି ଯୋଡ଼ି ଭାଙ୍ଗିଥିଲେ। ପର୍ଭେଜ୍ ୨୧୭ ବଲ୍ରୁ ୧୮ଚୌକା ଓ ୨ ଛକା ସହାୟତାରେ ୧୫୮ ରନ୍ କରି ଆଉଟ ହୋଇଥିଲେ। ଅମୀରଙ୍କ ସହ ଯୋଗଦେଇ ମୁଦାସିର ମ୍ୟାଚ୍ ବଞ୍ଚାଇବା ପାଇଁ ସ˚ପୂର୍ଣ୍ଣ ଧୀମା ହୋଇଯାଇଥିଲେ। ଅମୀରଙ୍କୁ ଆଉଟ କରି ପୁଣି ଥରେ ବସନ୍ତ ଓଡ଼ିଶାକୁ ସଫଳତା ଦେବା ପରେ ସୂର୍ଯ୍ୟକାନ୍ତ ମୁଣ୍ତି ମାରିଥିଲେ।
ବିଜୟ ଲକ୍ଷ୍ୟ ନେଇ ଅନୁରାଗ ଓ ଶାନ୍ତନୁ ଖେଳିବାକୁ ଆସିଥିଲା ବେଳେ ରକ୍ଷଣାତ୍ମକ ଭାବେ ଧୀରେଧୀରେ ରନ୍ ବ୍ୟବଧାନ କମାଇବାରେ ଲାଗିପଡ଼ିଥିଲେ। ଦଳୀୟ ରନ୍ ୪୭ ହୋଇଥିଲା ବେଳେ ବ୍ୟାଟି˚ରେ ଯାଦୁ ଦେଖାଇଥିବା ପର୍ଭେଜ୍୍ ଘରୋଇ ଦଳ ପାଇଁ ଅନୁରାଗ (୨୦)ଙ୍କ ରୂପରେ ପ୍ରଥମ ଖୁସି ଆଣିଦେଇଥିଲେ। ହେଲେ ଏହି ଖୁସି ବେଶି ସମୟ ତିଷ୍ଠି ନଥିଲା। ଶାନ୍ତନୁଙ୍କ ସହ ଶୁଭ୍ରା˚ଶୁ ଭାର ସମ୍ଭାଳିବା ସହ ୧୧୨ ରନ୍ର ମହତ୍ବପୂର୍ଣ୍ଣ ଭାଗୀଦାରି କରିଥିଲେ। ବ୍ୟକ୍ତିଗତ ୭୮ ରନ୍ କରି ଶାନ୍ତନୁ ଆଉଟ ହୋଇଥିଲେ ବି ଓଡ଼ିଶା ପାଇଁ ବିଜୟ ବ୍ୟବଧାନ ଯଥେଷ୍ଟ କମ୍ କରିଦେଇଥିଲେ। ଅନ୍ୟପଟରେ ଅର୍ଧଶତକ ଅର୍ଜନ କରିଥିବା ଶୁଭ୍ରା˚ଶୁ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳକୁ ଜିତାଇଥିଲେ।
ବଡ଼ଦିନରେ ବଡ଼ ବିଜୟ
ଶାନ୍ତନୁ, ଶୁଭ୍ରା˚ଶୁଙ୍କ ଅର୍ଧଶତକ ଓଡ଼ିଶାର ତୃତୀୟ ବିଜୟ
/sambad/media/post_attachments/wp-content/uploads/2018/12/6-Ranji.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)