ନୂଆଦିଲ୍ଲୀ : ଦ୍ରୁତ ବୋଲର ଦୀପକ ଚହର ଆହତ ହୋଇ ଚଳିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳାର ଅବଶିଷ୍ଟ ଦୁଇଟି ମ୍ୟାଚ୍ରୁ ବାଦ୍ ପଡ଼ିଛନ୍ତି। ଫଳରେ ପ୍ରଥମ ମ୍ୟାଚ୍ ହାରିଯାଇଥିବା ଶିଖର ଧାୱନ୍ଙ୍କ ଦଳକୁ ଶକ୍ତ ଝଟ୍କା ଲାଗିଛି। ଦଳର ପ୍ରଥମ ମ୍ୟାଚ୍ ପୂର୍ବ ପ୍ରସ୍ତୁତି ଶିବିର ଅବସରରେ ଚହର ଆହତ ହୋଇଥିଲେ। ସେ ମଧ୍ୟ ଲକ୍ଷ୍ନୌ ମ୍ୟାଚ୍ ଖେଳିବାରୁ ବଞ୍ଚିତ ରହିଥିଲେ। ତାଙ୍କ ଆହତ ସେତେଟା ଗୁରୁତର ନଥିଲେ ମଧ୍ୟ କିଛି ଦିନ ବିଶ୍ରାମ ପାଇଁ ପରାମର୍ଶ ଦିଆଯାଇଛି। ପୁଣି ସେ ଟ୍ବେଣ୍ଟି-୨୦ ବିଶ୍ବକପ୍ ଦଳରେ ଷ୍ଟାଣ୍ଡ୍ବାଇ ରହିଥିବାରୁ ଦଳୀୟ କର୍ତ୍ତୃପକ୍ଷ ଅଧିକ ରିସ୍କ ନନେବାକୁ ଚାହିଁଛି। ତଥାପି ନିହାତି ଆବଶ୍ୟକ ପଡ଼ିଲେ ତାଙ୍କୁ ଖେଳାଯାଇପାରେ ବୋଲି ଏକ ସୂତ୍ରରୁ କୁହାଯାଇଛି।
ଚହରଙ୍କ ପୂର୍ବରୁ ଯଶ୍ପ୍ରୀତ୍ ବୁମ୍ରା ଆହତ ଯୋଗୁଁ ଟ୍ବେଣ୍ଟି-୨୦ ବିଶ୍ବକପ୍ରୁ ବାଦ୍ ପଡ଼ିସାରିଥିଲା ବେଳେ ତାଙ୍କ ବଦଳ ଖେଳାଳି ମହମ୍ମଦ ସାମି ମଧ୍ୟ ପୂରା ଫିଟ୍ ହୋଇନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/chahar.jpg)