ଅଷ୍ଟ୍ରେଲିଆ ବିପକ୍ଷରେ ଶୃଙ୍ଖଳା ପୂର୍ବରୁ ଭାରତକୁ ଝଟକା, ଖେଳିବେନି ହାର୍ଦ୍ଦିକ ପାଣ୍ଡ୍ୟା, ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ

ମୁମ୍ବାଇ: ଅଷ୍ଟ୍ରେଲିଆ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଶୃଙ୍ଖଳା ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟକା ଲାଗିଛି। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଘାତ ଯୋଗୁଁ ଟି-୨୦ ଏବଂ ଦିନିକିଆ ଶୃଙ୍ଖଳା ଖେଳି ପାରିବେ ନାହିଁ। ପାଣ୍ଡିଆ ପିଠିର ତଳ ଭାଗରେ ଯନ୍ତ୍ରଣା ଅନୁଭବ କରୁଛନ୍ତି। ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଗୁରୁବାର ଏକ ବୟାନ ଜାରି କରି ଏହି ସୂଚନା ଦେଇଛି।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ୫ ମ୍ୟାଚ ଦିନିକିଆ ଶୃଙ୍ଖଳା ପାଇଁ ରବୀନ୍ଦ୍ର ଜାଦେଜାଙ୍କୁ ଚୟନ କରାଯାଇଛି। ଟି-୨୦ ଟିମ୍‌ ଲାଗି ହାର୍ଦ୍ଦିକଙ୍କ ସ୍ଥାନରେ କିଏ ଖେଳିବେ ତାହା ଘୋଷଣା କରାଯାଇ ନାହିଁ। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଫେବ୍ରୁଆରି ୨୪ରୁ ପ୍ରଥମ ଟି-୨୦ ମ୍ୟାଚ ଖେଳାଯିବ। ଦିନିକିଆ ଶୃଙ୍ଖଳା ମାର୍ଚ୍ଚରେ ଆରମ୍ଭ ହେବ।

ବିସିସିଆଇ ଏକ ବୟାନରେ କହିଛି, ଭାରତୀୟ ଟିମ୍‌ର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପିଠିରେ ଆଘାତ ଲାଗିଛି। ଏଥି ପାଇଁ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଆଗାମୀ ଟି-୨୦ ଓ ଦିନିକିଆ ଶୃଙ୍ଖଳାରେ ଖେଳି ପାରିବେ ନାହିଁ। ବିସିସିଆଇ ମେଡିକାଲ ଟିମ ପାଣ୍ଡ୍ୟାଙ୍କୁ ଆରାମ ଦେଇଛନ୍ତି। ସେ ଏନସିଏରେ ମେଡିକାଲ ଟିମର ହେପାଜତରେ ରହିବେ।

ସମ୍ବନ୍ଧିତ ଖବର