ଏହି କାରଣ ପାଇଁ ନିଜକୁ କ୍ରିକେଟଠାରୁ ଦୂରରେ ରଖିଛନ୍ତି ଧୋନି

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଅନ୍ତଃରାଷ୍ଟ୍ରୀୟ କ୍ରିକେଟରୁ ଦୂରରେ ରହିଛନ୍ତି । ଏମିତି କି ସେ ବାଂଲାଦେଶ  ବିପକ୍ଷରେ ଟି-୨୦ମ୍ୟାଚ୍‌ ମଧ୍ୟ ଖେଳିବେ ନାହିଁ ବୋଲି ଜଣା ପଡ଼ିଛି । ଏମିତି କି ସେ ନଭେମ୍ବର ପର୍ଯ୍ୟନ୍ତ କୌଣସି ମ୍ୟାଚ୍‌ ଖେଳିବେ ନାହିଁ ବୋଲି କହି ସାରିଛନ୍ତି । ତେବେ ଏଇ କିଛି ଦିନ ହେବ ଧୋନି କ୍ରିକେଟଠାରୁ ଦୂରରେ ରହିଥିବାରୁ ସେ ଅନ୍ତଃରାଷ୍ଟ୍ରୀୟ କ୍ରିକେଟରୁ ସନ୍ନ୍ୟାସ ନେଇ ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।

ଧୋନି ନିଜର ଶେଷ ଅନ୍ତଃରାଷ୍ଟ୍ରୀୟ ମ୍ୟାଚ୍‌ ଜୁଲାଇରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିଲେ । ତେବେ ଧୋନି ସନ୍ନ୍ୟାସ ନେବା ନେଇ ହେଉଥିବା ଚର୍ଚ୍ଚା ମଧ୍ୟରେ ଏବେ ଏକ ତାଜା ଖବର ସାମ୍ନାକୁ ଆସିଛି । ମିଳିଥିବା ଖବର ମୁତାବକ, ଆଇସିସି ବିଶ୍ୱକପ ସମୟରେ ଧୋନିଙ୍କୁ ଆଘାତ ଲାଗିଥିବାରୁ ସେ କ୍ରିକେଟ ଖେଳୁ ନଥିବା ସ୍ପଷ୍ଟ ହୋଇଛି ।

Image result for injuries-are-main-cause-of-ms-dhoni-s-absence-from-international-cricket
Hindustan Times

ଏକ ଇଂରାଜୀ ଖବରକାଗଜ ଅନୁଯାୟୀ, ବିଶ୍ୱକପ ସମୟରେ ଧୋନିଙ୍କ ପିଠିରେ ଆଘାତ ଲାଗିଥିଲା । ଯାହା ଟୁର୍ଣ୍ଣାମେଣ୍ଟ ସମୟରେ ବଢ଼ିବାକୁ ଲାଗିଥିଲା । ଏହି ଆଘାତ ଧିରେ ଧିରେ ବଢ଼ୁଥିବାରୁ ଧୋନି ଅନ୍ତଃରାଷ୍ଟ୍ରୀୟ କ୍ରିକେଟରୁ ନିଜକୁ ଦୂରରେ ରଖିଛନ୍ତି ।

ସମ୍ବନ୍ଧିତ ଖବର