ଅନ୍ତଃକଟକ କ୍ୟାରମ ଆରମ୍ଭ

ଭୁବନେଶ୍ବର: କଟକର ଡଗରପଡ଼ାସ୍ଥିତ ବୈଶ୍ୟ ତିଲି ଜାତୀୟ ସମିତି ଅନୁକୂଲ୍ୟରେ ଅନ୍ତଃକଟକ ଏକକ ଓ ଯୁଗଳ କ୍ୟାରମ୍‌ ପ୍ରତିଯୋଗିତା ମଙ୍ଗଳବାରଠୁ ଆରମ୍ଭ ହୋଇଛି। ୩୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁଥିବା ଏହି ପ୍ରତିଯୋଗିତାରେ କଟକ ସହର ଏବଂ ଆଖପାଖ ଅଞ୍ଚଳର ୮୦ରୁ ଅଧିକ ପ୍ରତିଯୋଗୀ ଭାଗନେଇଛନ୍ତି। ଉଦ୍‌ଘାଟନୀ ଉତ୍ସବରେ ଅତିଥି ଭାବେ କଟକ ଜିଲ୍ଲା ଦୌଡ଼କୁଦ ସଂଘର ସଭାପତି ଆଶୀର୍ବାଦ ବେହେରା, ଅନୁ‌ଷ୍ଠାନର ସଭାପତି ଅଜୟ ସାହୁ, ସମ୍ପାଦକ ମଧୁସୂଦନ ସାହୁ, ଯୁଗ୍ମ ସମ୍ପ‌ାଦକ ମାୟାଧର ସାହୁ, ରଜନୀକାନ୍ତ ସାହୁ ଏବଂ ପୃ‌ଷ୍ଠ ପୋଷକ ପ୍ରଫେସର ଅନନ୍ତ ଚରଣ ସାହୁ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର