ଗ୍ରାମକୁ ପକ୍କା ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପହଞ୍ଚି ନପାରିବା ଏବଂ ସେଥିଲାଗି ଖଟିଆରେ ରୋଗୀ ବୋହିବା ଘଟଣାର ଅନେକ ନଜିର ରହିଛି। ବେଳେ ବେଳେ ଗୁରୁତର ରୋଗୀକୁ ବୋହି ବୋହି ଡାକ୍ତରଖାନାରେ ପହଞ୍ଚାଇବାରେ ବିଳମ୍ବ ହେବାରୁ ତାଙ୍କର ମୃତ୍ୟୁ ଘଟିଥାଏ। ସେ ଦୃଷ୍ଟିରୁ ଏକ ଅଭିନବ ଯନ୍ତ୍ରଚାଳିତ ଖଟିଆ ଅନେକ ରୋଗୀଙ୍କ ପାଇଁ ଜୀବନରକ୍ଷାକାରୀ ହେବ ବୋଲି ଚର୍ଚ୍ଚା ହେଉଛି।
/sambad/media/post_attachments/wp-content/uploads/2023/06/54f65s4h65shfhfhfsfh.jpg)
ଶିଳ୍ପପତି ଆନନ୍ଦ ମହୀନ୍ଦ୍ରା ସାମାଜିକ ଗଣମାଧ୍ୟମରେ ସଦ୍ୟ ଛାଡ଼ିଥିବା ଏଭଳି ଏକ ଖଟିଆର ଚିତ୍ର ଅନୁଗାମୀମାନଙ୍କ ପସନ୍ଦର ସାମଗ୍ରୀ ପାଲଟିଛି। ଉକ୍ତ ଖଟିଆଟି ଏକ ତିନିଚକିଆ ଲୌହ ଢାଞ୍ଚା ଉପରେ ଖଞ୍ଜାଯାଇଥିବା ବେଳେ ତାହାକୁ ଟାଣିବା ପାଇଁ ଆଗରେ ଆଉ ଦୁଇଟି ଚକ ଉପରେ ଏକ ପେଟ୍ରୋଲ୍ ଇଞ୍ଜିନ୍ ଖଞ୍ଜାଯାଇଛି। ଯଦିଓ ଏଭଳି ଏକ ନିଆରା ଯାନ ନିର୍ମାଣରେ ସୁରକ୍ଷାର ପ୍ରଶ୍ନ ଓ ଆଇନଗତ ସମସ୍ୟା ରହିଛି, ତେବେ ଗ୍ରାମାଞ୍ଚଳର ଅପହଞ୍ଚ ଇଲାକାରେ ଏହାର ଉପାଦେୟତାକୁ ହୃଦୟଙ୍ଗମ କଲେ ଏହା ଏକ ଅଭିନବ ନିର୍ମାଣ କହିଲେ ଅତ୍ୟୁକ୍ତି ହେବନାହିଁ। ଏକ ଖଟିଆକୁ ଚଳନ୍ତି ଯାନରେ ପରିଣତ କରିଥିବା ବ୍ୟକ୍ତିଙ୍କ ସୃଜନଶୀଳ ପ୍ରତିଭାକୁ ସମସ୍ତେ ପ୍ରଶଂସା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/Running-Bed_Thumbnail.jpg)