ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହିଳା ସୁଟର ଦୁଷ୍କର୍ମର ଶିକାର ହୋଇଥିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମହିଳା ସୁଟର ବୋହୂଙ୍କୁ ଅଚେତ କରି ପୁଲିସ ଶ୍ବଶୁର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗକୁ କେନ୍ଦ୍ରକରି ଏସଏସପି ଯାଞ୍ଚ ଆଦେଶ ଦେଇଛନ୍ତି। ଏଥିସହିତ ଇନ୍ସପେକ୍ଟର ଶ୍ବଶୁର ବି ବୋହୂ ନାମରେ ଥାନାରେ ଚୋରି ଅଭିଯୋଗ କରିଛନ୍ତି।

Advertisment

ଗୁରୁବାର ଏସଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିବା ସୁଟର କହିଛନ୍ତି କି, ୧୦ମାସ ପୂର୍ବରୁ ମୋର ବିବାହ ଭାବନପୁରର ଶ୍ୟାଲ ଗ୍ରାମରେ ବସବାସ କରୁଥିବା ଯୁବକଙ୍କ ସହିତ ହୋଇଥିଲା। ମୋର ଶ୍ବଶୁର ଉତ୍ତରପ୍ରଦେଶ ପୁଲିସରେ ଇନ୍ସପେକ୍ଟର ରହିଛନ୍ତି। ୨୦୨୨ ଡିସେମ୍ବର ମାସରେ ଡିୟୁଟି ସାରି ମୁଁ ଯେତେବେ‌ଳେ ଶାଶୁଘରେ ପହଞ୍ଚିଥିଲି ଘରେ କେବଳ ଶ୍ବଶୁର ହିଁ ଥିଲେ।

ରାତିରେ ତାଙ୍କୁ ଖାଦ୍ୟ ପରଷି ମୁଁ  ବି ଖାଇଥିଲି। ଏହାପରେ ମୋ ସହିତ କ’ଣ ହେଲା ମୁଁ ଜାଣି ପାରିଲି ନାହିଁ। ଚେତା ଫେରିବା ପରେ ଜାଣିଲି ଶ୍ବଶୁର ମୋ ସହିତ ଦୁଷ୍କର୍ମ କରିଛନ୍ତି। ଆଉ ଏହିସମୟର ଭିଡିଓ ବି ରେକର୍ଡ କରିଛନ୍ତି। ଯାହାକୁ ମାଧ୍ୟମ କରି ସେ ମୋତେ ବାରମ୍ବାର ‌‌ଯୌନ ନିର୍ଯାତନା ଦେଇ ଚାଲିଥିଲେ। ପୁଲିସରେ ଏନେଇ ଅଭିଯୋଗ କରିଥିଲେ ହେଁ ‌ଏଯାବତ ମୋତେ କୌଣସି ପ୍ରକାର ନ୍ୟାୟ ମିଳି ନାହିଁ।

ମାମଲା କେତେ ଦୂର ଗଲା ବୋଲି ଥାନାରେ ପଚାରିବାରୁ ପୁଲିସବ‌ାବୁମାନେ କହନ୍ତି ଯାଞ୍ଚ ଚାଲିଛି। ଦୋଷୀ ଯିଏବି ସାବ୍ୟସ୍ତ ହେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।’