ଭୁବନେଶ୍ବର: ଖେଳାଳି ବଦଳରେ ଡେମ୍ପୋ ଏସ୍ସିରୁ ଆଣ୍ଟୋନିଓ ଡି’ସିଲ୍ଭା ଏବଂ ଜାମସେଦପୁର ଏଫ୍ସିରୁ କରନ ଅମିନଙ୍କୁ ଓଡ଼ିଶା ଏଫ୍ସି ଆଣିଛି। ଉଭୟ ଓଏଫ୍ସି ସହ ଦେଢ଼ ବର୍ଷ ରହିବେ ବୋଲି ଚୁକ୍ତି ହୋଇଛି। ୨୧ ବର୍ଷୀୟ ଗୋଲ୍ରକ୍ଷକ ଡି’ସିଲ୍ଭା ଗୋଆନ୍ କ୍ଲବ୍, ସାଲଗୋଓକାର ଏଫ୍ସିରୁ ଖେଳ ଜୀବନ ଆରମ୍ଭ କରିଥିଲେ। ୨୦୧୭ରେ ସେ ଏଫ୍ସି ଗୋଆରେ ଯୋଗ ଦେଇଥିଲେ। ଏହି ଦଳ ପକ୍ଷରୁ ସେ ଆଇଲିଗ୍ ଦ୍ବିତୀୟ ଡିଭିଜନ, ଡୁରାଣ୍ଡ କପ୍ ଓ ଗୋଆ ପ୍ରୋ ଲିଗ୍ରେ ଖେଳିଛନ୍ତି। ୨୦୨୧-୨୨ରେ ସେ ଗୋଆ ଲିଗ୍ରେ ୯ ମ୍ୟାଚ୍ ଖେଳି ୮୮୪ ମିନିଟ୍ ଗୋଲ୍ପୋଷ୍ଟ୍ରେ ରହି ୧୪ ଗୋଲ୍ ବଞ୍ଚାଇଥିଲେ। ସେହିପରି ମୁମ୍ବାଇ ଜନ୍ମିତ ଡିଫେଣ୍ଡର କରନ ଆଇଲିଗ୍ କ୍ଲବ୍ ମହିନ୍ଦ୍ରା ୟୁନାଇଟେଡ୍, ଏୟାର ଇଣ୍ଡିଆ ଓ ମୁମ୍ବାଇ ପକ୍ଷରୁ ଖେଳିବାର ଅଭିଜ୍ଞତା ରଖିଛନ୍ତି। ୨୦୧୮ରେ ସେ ଜାମସେଦପୁର ଏଫ୍ସିରେ ଯୋଗ ଦେଇଥିଲେ।
ଖେଳାଳି ବଦଳରେ ଡି’ସିଲ୍ଭା, କରନଙ୍କୁ ଆଣିଲା ଓଏଫ୍ସି
/sambad/media/post_attachments/wp-content/uploads/2022/01/5646465g465dagdgagdadg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)