କଟକ: ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ମଧୁସୂଦନ ଆଇନ କଲେଜ ପରିସରରେ ଅନ୍ତଃମହାବିଦ୍ୟାଳୟ ଚେସ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ପୁରୁଷ ବିଭାଗରେ ଏସ୍ସିବି ମେଡିକାଲ୍ କଲେଜ ଓ ମହିଳା ବିଭାଗରେ ଏମ୍ଏସ୍ ଲ’ କଲେଜ ବିଜେତା ହୋଇଛନ୍ତି। ୫ ରାଉଣ୍ତ ଭିତ୍ତିକ ପ୍ରତିଯୋଗିତାରେ ଏସ୍ସିବି ସର୍ବାଧିକ ୧୬ ପଏଣ୍ଟ ହାସଲ୍ କରି ବିଜେତା ହୋଇଥିଲାବେଳେ ପୁରୀର ଏସ୍ସିଏସ୍ ମହାବିଦ୍ୟାଳୟ ସାଢେ ୧୫ ପଏଣ୍ଟ ସହ ଉପ ବିଜେତା ହୋଇଛି। ମହିଳା ବିଭାଗରେ ଏମ୍ଏସ୍ ଲ’ କଲେଜ ୩ ପଏଣ୍ଟ ସହ ପ୍ରଥମ ଓ ଜଗତପୁର ଏଲ୍ଏନ୍ଏସ୍ କଲେଜ ୧ ପଏଣ୍ଟରେ ଦ୍ବିତୀୟ ସ୍ଥାନରେ ରହିଥିଲେ। ପ୍ରତିଯୋଗିତାରେ ୧୭ ମହାବିଦ୍ୟାଳୟରୁ ୭୮ଜଣ ପ୍ରତିଯୋଗୀ ଅ˚ଶଗ୍ରହଣ କରିଥିଲେ। ଉଦ୍ଘାଟନୀ ସମାରୋହରେ ଉତ୍କଳ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପରିଷଦ ନିର୍ଦ୍ଦେଶକ ପ୍ରଫେସର କବିର ମୋହନ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚାଟାର୍ଡ ଅକାଉଣ୍ଟାଣ୍ଟ ରାଜନାରାୟଣ ତ୍ରିପାଠୀ, ଏସ୍ଆର୍ ଚେସ୍ କେନ୍ଦ୍ର ନିର୍ଦ୍ଦେଶକ ସତ୍ୟର˚ଜନ ପଟ୍ଟନାୟକ, ଏମ୍ଏସ୍ ଲ’ ମହାବିଦ୍ୟାଳୟ ଦୌଡ଼କୁଦ କ୍ଲବ୍ ଉପସଭାପତି ପ୍ରଫେସର ସୌମିତ୍ର କୁମାର ଚାଟାର୍ଜୀ ଉପସ୍ଥିତ ଥିଲେ। ଉଦ୍ଯାପନୀ ସମାରୋହରେ ଆୟୋଜକ କଲେଜ ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ନନ୍ଦ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଏସ୍ସିବି ମେଡିକାଲ୍ କଲେଜ କ୍ରୀଡ଼ା ଅଧିକାରୀ ତାରିଣୀ ପ୍ରସାଦ ଦାସ, ଉତ୍କଳ ବିଶ୍ବବିଦ୍ୟାଳୟ କ୍ରୀଡ଼ା ଅଧିକାରୀ ଅମ୍ବିକା ରାୟ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତିଯୋଗିତାକୁ ଆନ୍ତର୍ଜାତିକ ଆର୍ବିଟର ତାପସ କୁମାର ମହାନ୍ତି ପରିଚାଳନା କରିଥିଲା ବେଳେ ଚୈତନ୍ୟ ରାଉତ ସହାୟତା କରିଥିଲେ।
ଅନ୍ତଃମହାବିଦ୍ୟାଳୟ ଚେସ୍: ପୁରୁଷରେ ଏସ୍ସିବି, ମହିଳାରେ ମଧୁସୂଦନ ବିଜେତା
/sambad/media/post_attachments/wp-content/uploads/2018/10/12-chess-tournament.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)