ଅନ୍ତଃ ମହାବିଦ୍ୟାଳୟ ଦୌଡ଼କୁଦ: ଚିତୋଳ, ଦେବରାୟ ବିଜେତା

କଣ୍ଟାପଡ଼ା: ଅଡ଼ଶପୁରସ୍ଥିତ ଉଦୟନାଥ ସ୍ୱୟଂଶାସିତ ମହାବିଦ୍ୟାଳୟରେ ତିନିଦିନ ଧରି ଚାଲିଥିବା ଅନ୍ତଃ ମହାବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ଉଦ୍‌ଯାପିତ ହୋଇଛି। ପ୍ରତିଯୋଗିତାରେ ଦଳଗତ ଭାବେ ପୁରୁଷ ବିଭାଗରେ ଚିତୋଳ ମହାବିଦ୍ୟାଳୟ ବିଜେତା ଓ ଆୟୋଜକ ଉଦୟନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ ଉପ ବିଜେତା ହୋଇଛି। ସେହିପରି ମହିଳା ବିଭାଗରେ ଦେବରାୟ ମହାବିଦ୍ୟାଳୟ ବିଜେତା ଓ ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟ ଉପ ବିଜେତା ହୋଇଛି। ବ୍ୟକ୍ତିଗତ ବିଭାଗରେ ପୁରୁଷରେ ଢେଙ୍କାନାଳର ଦେବାଶିଷ ପଟ୍ଟନାୟକ ବିଜେତା ଓ ମହିଳାରେ ଦେବରାୟ ମହାବିଦ୍ୟାଳୟର ଲତିକା ବାସ୍‌ରା ଉପ ବିଜେତା ହୋଇଛନ୍ତି। ପୁରସ୍କାର ବିତରଣ ଉତ୍ସବରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷ ଦୈତାରୀ ସିଂହ, କ୍ରୀଡ଼ା ବିଭାଗ ଉପ ସଭାପତି ଅରୁଣ କୁମାର ସ୍ୱାଇଁ, ଉତ୍କଳ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଅଧିକାରୀ ଅମ୍ବିକା ପ୍ରସାଦ ରାୟ ଉଦ୍‌ଯାପନୀ ସମାରୋହରେ ଯୋଗଦେଇଥିଲାବେଳେ କ୍ରୀଡ଼ା ଶିକ୍ଷକ ଆରାଧ୍ୟ କୁମାର ପ୍ରଧାନ ଓ ଶାରୀରିକ ପ୍ରଶିକ୍ଷକ ବିଶ୍ୱରଂଜନ ନାୟକ ପ୍ରତିଯୋଗିତା ପରିଚାଳନା କରିଥିଲେ। ପ୍ରତିଯୋଗିତାରେ ୧୦୦ରୁ ଉର୍ଦ୍ଧ୍ୱ ମହାବିଦ୍ୟାଳୟରୁ ୫୫୬ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର