ଅନ୍ତଃମହିଳା ମହାବିଦ୍ୟାଳୟ ହ୍ୟାଣ୍ଡବଲ୍‌: ଗାଦିବ୍ରହ୍ମ ବିଜେତା

କଟକ: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ମହାନଦୀବିହାର ମହିଳା ମହାବିଦ୍ୟାଳୟଠାରେ ଅନ୍ତଃ ମହାବିଦ୍ୟାଳୟ ହ୍ୟାଣ୍ଡବଲ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ପ୍ରତିଯୋଗିତାରେ ଗାଦିବ୍ରହ୍ମ ମହିଳା ମହାବିଦ୍ୟାଳୟ ବିଜେତା ଓ ଆୟୋଜକ ମହାନଦୀବିହାର ମହିଳା ମହାବିଦ୍ୟାଳୟ ଉପବିଜେତା ହୋଇଛନ୍ତି। ଉଦ୍‌ଯାପନୀ ସମାରୋହରେ ମହାନଦୀବିହାର ମହାବିଦ୍ୟାଳୟ ଅଧ୍ୟକ୍ଷା ସାବିତ୍ରୀ ଶାସ୍ତ୍ରୀ ଯୋଗଦେଇ ଉଭୟ ବିଜେତା ଓ ଉପବିଜେତାଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ଶାରୀରିକ ଶିକ୍ଷୟତ୍ରୀ ମିନତୀ ସ୍ୱାଇଁ, ଅର୍ଣ୍ଣବ ସିହ୍ନା, ସରୋଜିନୀ ସାହୁ, ମମତା ସାହୁ, ରଶ୍ମିତା ବେହେରା, ଜୀବନ ଜ୍ୟୋତି ନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର