ଅନ୍ତଃଜିଲ୍ଲା ଜାତୀୟ ମୁଷ୍ଟିଯୁଦ୍ଧରେ ଭାଗନେବେ ଯୋଗେଶ, ଗୁରୁଦାସ

ଭୁବନେଶ୍ୱର: ଅନ୍ତଃଜିଲ୍ଲା ଜାତୀୟ ମୁଷ୍ଟିଯୁଦ୍ଧରେ ଭାଗନେବାକୁ ଖୋର୍ଧା ଜିଲ୍ଲାରୁ ଯୋଗେଶ ମହାପାତ୍ର ଏବଂ ଗୁରୁଦାସ ବେହେରା ଭାଗନେବାକୁ ବିଶାଖାପାଟଣା ଗସ୍ତ କରିଛନ୍ତି। ଏହି ଦୁଇ ଜଣଙ୍କ ସହ ପ୍ରଶିକ୍ଷକ ସାଏଦ୍‌ ଅର୍ମାନ୍‌ ଅଲ୍ଲୀ ମଧ୍ୟ ଏହି ଗସ୍ତରେ ଯାଇଛନ୍ତି। ପ୍ରତିଯୋଗିତା ବୁଧବାରଠୁ ଆରମ୍ଭ ହୋଇଛି। ପ୍ରଥମ ଦିନ ଓଜନ ଯାଞ୍ଚ ଶେଷ ହୋଇଥିଲା ବେଳେ ଗୁରୁବାରଠୁ ମୁକାବିଲା ଆରମ୍ଭ ହେବ। ରବିିବାର ପ୍ରତିଯୋଗିତାର ଉଦ୍‌ଯାପନ ହେବ। ଯୋଗେଶ ୪୪ରୁ ୪୬ କିଲୋଗ୍ରାମ୍‌ ଏବଂ ଗୁରୁଦାସ ୫୮ରୁ ୬୩ କିଲୋଗ୍ରାମ୍‌ରେ ଭାଗ ନେବେ ବୋଲି ଶ୍ରୀ ଅଲ୍ଲୀ କହିଛନ୍ତି।

ସମ୍ବନ୍ଧିତ ଖବର