ଅନ୍ତଃଜିଲ୍ଲା ତ୍ରିଶକ୍ତି ଟି-୨୦ କ୍ରିକେଟ୍‌, ଇଲେଭେନ୍‌ ଷ୍ଟାର୍‌ ବିଜେତା

କାଳୀପଦା: ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍‌ ଅଧୀନ ଟଣାପଦା ପଡ଼ିଆରେ ଆନ୍ତଃଜିଲ୍ଲା ତ୍ରିଶକ୍ତି ଟି-୨୦ କ୍ରିକେଟ୍‌ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଛି। ଏଥିରେ ମୋଟ ୮ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରର ବିକାଶ କ୍ଲବ୍‌କୁ ହରାଇ ମୟୂରଭଂଜ ଜିଲ୍ଲା ମୋରଡ଼ାର ଇଲେଭେନ୍‌ ଷ୍ଟାର୍‌ ଚାମ୍ପିଅନ୍‌ ହୋଇଛି। ବିକାଶ କ୍ଲବ୍‌ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳ ସମସ୍ତ ଓ୍ଵିକେଟ୍‌ ହରାଇ ୧୪୭ ରନ୍‌ କରିବାକୁ ସକ୍ଷମ ହୋଇଥିବା ବେଳେ ଇଲେଭେନ୍‌ ଷ୍ଟାର୍‌ ୬ ଓ୍ଵିକେଟ୍‌ରେ ଆବଶ୍ୟକ ରନ୍‌ ସଂଗ୍ରହ କରିନେଇଥିଲା। ରାମକୃଷ୍ଣ ଜେନୋଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ପୁରସ୍କାର ବିତରଣ ସଭାରେ ମୁଖ୍ୟ ଅତିଥି ଭାବେ ବସ୍ତା ବିଧାୟକ ନିତ୍ୟାନନ୍ଦ ଜେନା, ମୁଖ୍ୟବକ୍ତା ଭାବେ ସାଂସଦ ପ୍ରତିନିଧି ସାଗର ଦାସ ଏବଂ ସମ୍ମାନିତ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ବିଜେଡି ରାଜ୍ୟ ପରିଷଦ ସଦସ୍ୟ ମହେଶ୍ୱର ଜେନା, ଜିଲ୍ଲା ପରିଷଦ ପ୍ରତିନିଧି ବିମଳ ସାହୁ, ସରପଞ୍ଚ ପ୍ରତିନିଧି ସଂଜୀବ ପାଢ଼ୀ, କମଳାକାନ୍ତ କର, ସମାଜସେବୀ ଦୀପକ ବିଶ୍ୱାଳ, ବଂଶୀଧର ଜେନା, ସୁବାସ ବେହେରା, ସମ୍ବାଦିକ ଶାନ୍ତନୁ ମହାପାତ୍ର ଯୋଗଦେଇ ବିଜୟ ଓ ରନର୍ସ-ଅପ୍‌ ଦଳକୁ ଟ୍ରଫି ଓ ଅର୍ଥରାଶି ପ୍ରଦାନ କରିବା ସହ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ଇଲେଭେଡ଼୍‍ ଷ୍ଟାର୍‌ର ସାଇମନ୍‌ କୁମାର ଏବଂ ମ୍ୟାନ୍‌ ଅଫ୍‌ ଦି ସରିଜ୍‌ ବିବେଚିତ ବିକାଶ କ୍ଲବ୍‌ର ରଶ୍ମିରଂଜନ ଖୁଣ୍ଟିଆଙ୍କୁ ପୁରସ୍କୃତ କରିଥିଲେ। ଟୁର୍ନାମେଣ୍ଟକୁ ନିରଂଜନ ଅଣ୍ଡିଆ ପରିଚାଳନା କରିଥିବା ବେଳେ କ୍ଲବ୍‌ର ସଦସ୍ୟ ମୂରଲୀଧର ପରିଡ଼ା, ହରଗୋବିନ୍ଦ ଜେନା, ବାସୁଦେବ ଜେନା, ଚିତ୍ତରଂଜନ ଜେନା, ରାଜକମଲ ଦାସ, ଦୀପକ ଦାସ, ବିକାଶ ଜେନା, ସପନ ବିଶ୍ୱାଳ, ଜୟନ୍ତ ଜେନା, ଚନ୍ଦନ ବିଶ୍ୱାଳ, ସଂଜିତ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର