କଟକ: ବରଗଡ଼ର ୟୁନାଇଟେଡ ସ୍ପୋର୍ଟ୍ସ କ୍ଲବ୍ ଫାଓ ଅନ୍ତଃଜିଲ୍ଲା କ୍ଲବ୍ ଫୁଟ୍ବଲ ପ୍ରତିଯୋଗିତାର ବିଜେତା ହୋଇଛି। ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ରେ ୟୁନାଇଟେଡ ସ୍ପୋର୍ଟ୍ସ କ୍ଲବ୍ ୪-୩ ସଡନ୍ ଡେଥ୍ ଗୋଲ୍ରେ କଟକ କ୍ରୀଡ଼ା ଛାତ୍ରାବାସକୁ ହରାଇଛି। ନିର୍ଧାରିତ ସମୟ ମଧ୍ୟରେ ମ୍ୟାଚ୍ ୧-୧ ଗୋଲ୍ରେ ଅମୀମା˚ସିତ ରହିଥିଲା। ପରେ ପେନାଲ୍ଟି ଟାଇ ବ୍ରେକରରେ ମଧ୍ୟ ୩-୩ ଗୋଲ୍ରେ ଫଳଶୂନ୍ୟ ରହିଥିଲା। ଶେଷରେ ସଡନ୍ ଡେଥ୍ରେ ୟୁନାଇଟେଡ୍ ସ୍ପୋର୍ଟ୍ସ କ୍ଲବ୍ ବିଜେତା ହୋଇଥିଲା। ଉଦ୍ଯାପନୀ ସମାରୋହରେ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତା ୟୁନାଇଟେଡ୍ କ୍ଲବ୍କୁ ଟ୍ରଫି ସହ ୫୦ ହଜାର ଟଙ୍କା ଏବ˚ ଉପ ବିଜେତା କ୍ରୀଡ଼ା ଛାତ୍ରାବାସକୁ ଟ୍ରଫି ସହ ୨୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ। ଫାଇନାଲ୍ ମ୍ୟାଚ୍କୁ ଶିବଶଙ୍କର ପଣ୍ତା, ଜ୍ୟୋତି ର˚ଜନ ସ୍ବାଇଁ, ପ୍ରଦୀପ୍ତ ନାୟକ, ସୁଲତାନା ପରବିନ, ଦୁର୍ଗାମାଧବ ନାଏକ, ସୁରଜିତ ପାତ୍ର ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ରୀଡ଼ା ବିଭାଗ ଯୁଗ୍ମ ସଚିବ ବିଜୟାନନ୍ଦ ନାୟକ, ଶୈଳେନ୍ଦ୍ର କୁମାର ଜେନା, ଓଡ଼ିଶା ଅଲିମ୍ପିକ ସ˚ଘ କୋଷାଧ୍ୟକ୍ଷ ଅଧୀପ ଦାସ, ଫାଓ ସମ୍ପାଦକ ଆଶୀର୍ବାଦ ବେହେରା ଉପସ୍ଥିତ ଥିଲେ।
ଅନ୍ତଃଜିଲ୍ଲା କ୍ଲବ୍ ଫୁଟ୍ବଲ୍: ୟୁନାଇଟେଡ୍ ବିଜେତା
/sambad/media/post_attachments/wp-content/uploads/2021/10/56f4h654sf65h4sf65hshsfsfhsfhfhs-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)