୧୯ ବର୍ଷରୁ କମ୍‌ ଅନ୍ତଃଜିଲ୍ଲା କ୍ରିକେଟ୍‌ ସୁପରଲିଗ୍‌: ଭୁବନେଶ୍ବର, ଝାରସୁଗୁଡ଼ା, କଟକ ବିଜୟୀ

ସାରା˚ଶଙ୍କ ଅପରାଜିତ ଶତକ

କଟକ: ଚଳିତ ୧୯ ବର୍ଷରୁ କମ୍‌ ଅନ୍ତଃଜିଲ୍ଲା କ୍ରିକେଟ୍‌ ପ୍ରତିଯୋଗିତା ସୁପରଲିଗ୍‌ ପର୍ଯ୍ୟାୟରେ ଗୁରୁବାର ସାରା˚ଶ କୁମାରଙ୍କ ଅପରାଜିତ ଶତକ ବଳରେ ଭୁବନେଶ୍ବର-ବି ୨ ଵିକେଟ୍‌ରେ କିଟ୍‌କୁ ପରାସ୍ତ କରିଛି। ବିଡ଼ାନାସୀ ପଡ଼ିଆରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ କିଟ୍‌ ଟସ୍‌ ଜିତି ବ୍ୟାଟି˚ କରିଥିଲା। ରମଣୀ ର˚ଜନ ଜେନା (୬୬) ଓ ମଣିତେଜ ମହାନ୍ତି (୬୬)ଙ୍କ ଅର୍ଦ୍ଧଶତକ ସହାୟତାରେ କିଟ୍‌ ୪୯ ଓଭରରେ ୨୦୪ ରନ୍‌ କରି ସମସ୍ତ ଵିକେଟ୍‌ ହରାଇଥିଲା। ଭୁବନେଶ୍ବରର ବିକାଶ ନାଏକ ୩, ଦେବାଶିଷ ନାୟକ, ପ୍ରତ୍ୟୁଷ ସାହୁ ଦୁଇଟି ଲେଖାଏଁ ଵିକେଟ୍‌ ନେଇଥିଲେ। ଜବାବରେ ଭୁବନେଶ୍ବର ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୨୯ ରନ୍‌ରେ ୪ଟି ଵିକେଟ୍‌ ହରାଇ ସଂକଟରେ ପଡ଼ିଥିଲା ବେଳେ ଅଧିନାୟକ ସାରା˚ଶ ଶେଷ ପର୍ଯ୍ୟନ୍ତ କ୍ରିଜ୍‌ରେ ରହି ଦଳକୁ ଜିତାଇଥିଲେ। ଭୁବନେଶ୍ବର ୪୧.୧ ଓଭରରେ ୮ ଵିକେଟ୍‌ ହରାଇ ମ୍ୟାଚ୍‌ ଜିତିଥିଲା। ସାରା˚ଶ ୯୮ ବଲ୍‌ରୁ ୧୪ ଚୌକା ଓ ୧ ଛକା ସହାୟତାରେ ଅପରାଜିତ ୧୧୧ ରନ୍‌ କରିଥିଲେ। ମଣିତେଜ ୪ ଓ ସାଗର ମଲ୍ଲିକ, ଗୌରିଶ ପାତ୍ର ଦୁଇଟି ଲେଖାଏଁ ଵିକେଟ୍‌ ପାଇଥିଲେ।

ଭୁବନେଶ୍ବରର ପୂର୍ବତଟ ରେଳବାଇ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ କଟକ-ଏ ୯୭ ରନ୍‌ରେ ଭଦ୍ରକକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟି˚ କରିଥିବା କଟକ ୫ ଵିକେଟ୍‌ ବିନିମୟରେ ୨୪୯ ରନ୍‌ କରିଥିଲା। ପ୍ରିନ୍ସ ବେହେରା (୯୯ ରନ୍‌) ମାତ୍ର ୧ ରନ୍‌ ପାଇଁ ଶତକରୁ ବଞ୍ଚିତ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଇଦୀପ ମହାପାତ୍ର ୭୦ ରନ୍‌ର ଯୋଗଦାନ କରିଥିଲେ। ଭଦ୍ରକର ସୂର୍ଯ୍ୟ ମହାପାତ୍ର, ରୋହିତ ଦାଶ, ସୂର୍ଯ୍ୟକାନ୍ତ ବାରିକ, ମିର‌୍‌ କାଫିରୁଦ୍ଦିନ୍‌ ଗୋଟିଏ ଲେଖାଏଁ ଵିକେଟ୍‌ ନେଇଥିଲେ। ଜବାବରେ ଭଦ୍ରକ ଗୋଟିଏ ବଲ୍‌ ପୂର୍ବରୁ ୧୫୨ ରନ୍‌ରେ ସମସ୍ତ ଵିକେଟ୍‌ ହରାଇଥିଲା। ଆକାଶ ମହାପାତ୍ର ୫୨ ରନ୍‌ କରିଥିଲା ବେଳେ ବିଜୟୀ ଦଳର ଶଶାଙ୍ଗ ରୁଙ୍ଗତା ୪, ବିନାୟକ ସାହୁ ୩, ସାଇଦୀପ ମହାପାତ୍ର ୨ ଵିକେଟ୍‌ ନେଇଥିଲେ।

ବୋସ୍‌ ପଡ଼ିଆରେ ଝାରସୁଗୁଡ଼ା ୫ ଵିକେଟ୍‌ରେ ସମ୍ବଲପୁରକୁ ହରାଇଛି। ସମ୍ବଲପୁର ୨୮.୨ ଓଭରରେ ସମସ୍ତ ଵିକେଟ୍‌ ହରାଇ ୧୧୧ ରନ୍‌ କରିଥିଲା। ଅମର ଭୋଇ ୨୯, ଶ୍ରେଷ୍ଠ ସି˚ହ ୨୬ ରନ୍‌ କରିଥିଲା ବେଳେ ଝାରସୁଗୁଡ଼ାର ଓମ୍‌ କୁମାର ଓ ଭିକି ରାଏ ତିନିଟି ଲେଖାଏଁ ଵିକେଟ୍‌ ନେଇଥିଲେ। ଜବାବରେ ଝାରସୁଗୁଡ଼ା ମଧ୍ୟ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତେବେ ମଧ୍ୟକ୍ରମରେ ଦେବା˚ଶୁ ଶୁକ୍ଲା ଓ ଅନୁରାଗ ସି˚ହଦେଓ ପାଳି ସମ୍ଭାଳିବା ସହ ଅପରାଜିତ ରହି ୨୮ ଓଭରରେ ଦଳକୁ ଜିତାଇଥିଲେ। ଦେବା˚ଶୁ ୪୧* ଓ ଅନୁରାଗ ୨୫* ରନ୍‌ କରିଥିଲେ।

ଭୁବନେଶ୍ବରର ଟାଉନ କ୍ଲବ୍‌ ପଡ଼ିଆରେ ଭୁବନେଶ୍ବର-ଏ ୮ ଵିକେଟ୍‌ରେ ବାଲେଶ୍ବରକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟି˚ କରିଥିବା ବାଲେଶ୍ବର ନିୟମିତ ଭାବେ ଵିକେଟ୍‌ ହରାଇ ୧୦୬ ରନ୍‌ରେ ସୀମିତ ରହିଥିଲା। ଅଧିନାୟକ ସୁମନ ଓଝା ୩୩ ରନ୍‌ କରିଥିଲା ବେଳେ ଭୁବନେଶ୍ବରର ସମ୍ବିତ ବରାଳ ୩, ଆଶୁତୋଷ ନାୟକ, ଶୁଭମ ଶ୍ରୀ ଓ ରିତେଶ ପ୍ରିୟର˚ଜନ ଦୁଇ ଵିକେଟ୍‌ ଲେଖାଏଁ ନେଇଥିଲେ। ସହଜସାଧ୍ୟ ଲକ୍ଷ୍ୟକୁ ଭୁବନେଶ୍ବର ମାତ୍ର ଦୁଇ ଵିକେଟ୍‌ ହରାଇ ହାସଲ କରିଥିଲା। ତନ୍ମୟ ବିଶ୍ବାଳଙ୍କ ୩୫* ଓ ସମ୍ବିତ ବରାଳଙ୍କ ୫୭* ରନ୍‌ ସହାୟତାରେ ଦଳ ୧୫ ଓଭରରେ ମ୍ୟାଚ୍‌ ଜିତିଥିଲା।

ସମ୍ବନ୍ଧିତ ଖବର