୧୬ ବର୍ଷରୁ କମ୍‌ ଅନ୍ତଃଜିଲ୍ଲା କ୍ରିକେଟ୍‌: ଅନୁଗୁଳ, ଗଞ୍ଜାମ, ଜଗତସି˚ହପୁର ବିଜୟୀ

କଟକ: ଭୁବନେଶ୍ବରରେ ଚାଲିଥିବା ୧୬ ବର୍ଷରୁ କମ୍‌ ଅନ୍ତଃଜିଲ୍ଲା କ୍ରିକେଟ୍‌ ପ୍ରତିଯୋଗିତାରେ ବୁଧବାର ଅନୁଗୁଳ, ଗଞ୍ଜାମ, ଜଗତସି˚ହପୁର ବିଜୟୀ ହୋଇଛନ୍ତି। ସେଞ୍ଚୁରିଆନ୍‌ରେ ଅନୁଗୁଳ ୯ ଵିକେଟ୍‌ରେ ବୌଦ୍ଧକୁ ପରାସ୍ତ କରିଛି। ଅନୁଗୁଳ ଟସ୍‌ ଜିତି ବୋଲି˚ କରିଥିଲା ବେଳେ ବୌଦ୍ଧକୁ ୧୧୭ ରନ୍‌ରେ ଆଉଟ କରିଥିଲା। ଦଳ ପକ୍ଷରୁ ପ୍ରୀତମ ବେହେରା ସର୍ବାଧିକ ୩୭ ରନ୍‌ କରିଥିଲା ବେଳେ ଅତିରିକ୍ତ ଭାବେ ୫୪ ରନ୍‌ ଆସିଥିଲା। ପି. ଶଶାଙ୍କ ୩, ସତ୍ୟ ବେହେରା ୩, ଶ୍ରେୟା˚ଶ ଭରଦ୍ବାଜ ୨ ଵିକେଟ ନେଇଥିଲେ। ତେବେ ଅନୁଗୁଳ ବିଜୟ ଲକ୍ଷ୍ୟକୁ ୨୧.୧ ଓଭରରେ ମାତ୍ର ୧ ଵିକେଟ୍‌ ବିନିମୟରେ ହାସଲ କରିଥିଲା। ଶଶାଙ୍କ ୫୪*, ଶ୍ରେୟା˚ଶ ୪୦* ରନ୍‌ କରି ଦଳକୁ ଜିତାଇଥିଲେ।

ସି.ଭି. ରମଣ ପଡ଼ିଆରେ ଗଞ୍ଜାମ ୫ ଵିକେଟରେ ବାଲେଶ୍ବରକୁ ହରାଇଛି। ବାଲେଶ୍ବର ଟସ୍‌ ଜିତି ବ୍ୟାଟି˚ କରିଥିଲା ବେଳେ ଶୁଭ୍ରଜିତ ଜେନା ୫୬, ଶିବମ ଅଗ୍ରଵାଲ ୬୧ ରନ୍‌ ସହାୟତାରେ ଦଳ ୬ ଵିକେଟ ବିନିମୟରେ ୨୦୮ ରନ୍‌ ସ˚ଗ୍ରହ କରିଥିଲା। ଆର‌୍‌ ସମର୍ଥ, ରପକ ଅଭିଷେକ, ଶିବୁନ ନନ୍ଦ ପ୍ରତ୍ୟେକ ଦୁଇଟି ଲେଖାଏଁ ଵିକେଟ୍‌ ନେଇଥିଲେ। ଏହା ଜବାବରେ ଦେବାଶିଷ ବେହେରାଙ୍କ ଅପରାଜିତ ଶତକ (୧୦୫*) ବଳରେ ଗଞ୍ଜାମ ୫ ଵିକେଟ୍‌ ବିନିମୟରେ ମ୍ୟାଚ୍‌ରେ ବିଜୟୀ ହୋଇଥିଲା।

ବିଜେବି ହାଇସ୍କୁଲ ମିନି ଷ୍ଟାଡିୟମରେ ଜଗତସି˚ହପୁର ୮ ଵିକେଟରେ ରାୟଗଡ଼ାକୁ ମାତ୍‌ ଦେଇଛି। ପ୍ରଥମେ ବ୍ୟାଟି˚ କରିଥିବା ରାୟଗଡ଼ା ୬୦ ରନ୍‌ରେ ସମସ୍ତ ଵିକେଟ୍‌ ହରାଇଥିଲା। ଜଗତସି˚ହପୁରର ଜାହିଦ ଖାନ୍‌ ୪, ରାମକୁମାର ଦାଶ ୨, ସୟଦ ମେହଫୁଜ ନଵାଜ ୨, ଜଗନ୍ନାଥ ଦାସ ୨ ଵିକେଟ୍‌ ଅକ୍ତିଆର କରିଥିଲେ। ପରେ ଜଗତସି˚ହପୁର ୧୪.୨ ଓଭର ସୁଦ୍ଧା ୨ ଵିକେଟ୍‌ ହରାଇ ମ୍ୟାଚ୍‌ ଜିତିଥିଲା। ଆକାଶ ଦାଶ ୨୦, ଶକ୍ତି ସେଠୀ ୧୯* ରନ୍‌ କରି ଦଳକୁ ଜିତାଇଥିଲେ।

କେନ୍ଦ୍ରାପଡ଼ା, ସମ୍ବଲପୁର, ରାଉରକେଲା ବିଜୟୀ
ମଙ୍ଗଳବାର ହାଇଟେକ ପଡ଼ିଆରେ କେନ୍ଦ୍ରାପଡ଼ା ୯ ଵିକେଟରେ କଳାହାଣ୍ତିକୁ ପରାସ୍ତ କରିଛି। ଟସ୍‌ ଜିତି କଳାହାଣ୍ତି ବ୍ୟାଟି˚ କରିଥିଲାବେଳେ ସମସ୍ତ ଵିକେଟ ବିନିମୟରେ ୮୫ରନ୍‌ କରିପାରିଥିଲା। ଅସିମ ବରାଦ ୫ ଵିକେଟ ହାତେଇଥିବାବେଳେ କୃଷ୍ଣ ମହାନ୍ତି ୨ ଵିକେଟ ପାଇଥିଲେ। ଏହି ସହଜ ଲକ୍ଷ୍ୟକୁ କେନ୍ଦ୍ରାପଡ଼ା ଅସିମ (୨୫)ଙ୍କ ଵିକେଟ ବିନିମୟରେ ହାସଲ କରିପାରିଥିଲା। ଅମନ ଦାଶ ୨୯* ରନ୍‌ କରି ଦଳକୁ ଜିତାଇଥିଲେ।
ଟାଉନ କ୍ଲବ ପଡ଼ିଆରେ ସମ୍ବଲପୁର ୧୨୬ ରନ୍‌ରେ ମୟୂରଭଞ୍ଜକୁ ହରାଇଛି। କ୍ରିସ୍‌ ସି˚ହଙ୍କ ୯୧, ଅମରନାଥ ଭୋଇଙ୍କ ୫୦ ଓ ଅଭିନବ ନନ୍ଦଙ୍କ ୫୦ ରନ୍‌ ସହାୟତାରେ ସମ୍ବଲପୁର ୯ ଵିକେଟ ବିନିମୟରେ ୨୬୭ ରନ୍‌ ସ˚ଗ୍ରହ କରିଥିଲା। ମୟୂରଭଞ୍ଜର ରୋଶନ ଚୌଧୁରୀ ୪, ଲୋକନାଥ ପୃଷ୍ଟି ୨ ଵିକେଟ ନେଇଥିଲେ। ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ମୟୂରଭଞ୍ଜକୁ ଜିତିବା ପାଇଁ ୪୧ ଓଭର ସୁଦ୍ଧା ୨୧୧ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ହେଲେ ଦଳ ୮୪ ରନ୍‌ କରିଥିଲାବେଳେ ୬ଟି ଵିକେଟ ହରାଇଥିବାରୁ ପୁଣି ଥରେ ଖେଳ ବନ୍ଦ ରହିଥିଲା। ଡିଏଲ୍‌ଏସ୍‌ ପଦ୍ଧତିରେ ସମ୍ବଲପୁର ୧୨୬ରନ୍‌ରେ ବିଜୟୀ ହୋଇଥିଲା। ବିଜୟୀ ଦଳର ହର୍ଷଦୀପ ସି˚ହ ଓ କ୍ରିସ୍‌ ଯାଦବ ୨ ଲେଖାଏଁ ଵିକେଟ ନେଇଥିଲେ।

ପାରାମାଉଣ୍ଟ ସ୍ପୋର୍ଟି˚ କ୍ଲବ୍‌ ପଡ଼ିଆରେ ଖେଳାଯାଇଥିବା ଅନ୍ୟଏକ ମ୍ୟାଚରେ ରାଉରକେଲା ୯ ଵିକେଟରେ କୋରାପୁଟକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟି˚ କରିଥିବା କୋରାପୁଟ ନିୟମିତ ଭାବେ ଵିକେଟ ହରାଇ ୮୭ ରନ୍‌ରେ ସୀମିତ ରହିଥିଲା। ସ୍ନେହାଲ ସାମନ୍ତରାୟ ୩, ସେକ୍‌ ନକିବ ୨ ଵିକେଟ ଅକ୍ତିଆର କରିଥିଲେ। ରାଉରକେଲା ଧାର୍ଯ୍ୟ ବିଜୟ ଲକ୍ଷ୍ୟକୁ ୧୨.୨ ଓଭର ବେଳକୁ ୧ ଵିକେଟ କ୍ଷତିରେ ହାସଲ କରିଥିଲା। ଆଶିଷ ମଲ୍ଲିକ ୩୬*, ସୌରଭ କୁଣ୍ତୁ ୩୫* ରନ୍‌ କରି ଦଳକୁ ଜିତାଇଥିଲେ।

ସମ୍ବନ୍ଧିତ ଖବର