କଟକ: ଭୁବନେଶ୍ବରରେ ଚାଲିଥିବା ୧୬ ବର୍ଷରୁ କମ୍ ଅନ୍ତଃଜିଲ୍ଲା କ୍ରିକେଟ ପ୍ରତିଯୋଗିତାରେ ମଙ୍ଗଳବାର କେନ୍ଦୁଝର, ଯାଜପୁର, କିଟ୍, ଭଦ୍ରକ, ସୁନ୍ଦରଗଡ଼ ଓ ଢେଙ୍କାନାଳ ବିଜୟୀ ହୋଇଛନ୍ତି। ସିଭି ରମଣ ପଡ଼ିଆରେ କେନ୍ଦୁଝର ୨ ଵିକେଟରେ କଟକ ଏ’କୁ, ହାଇଟେକ ପଡ଼ିଆରେ ଯାଜପୁର ୧୦ ଵିକେଟରେ ପାରାଦ୍ବୀପକୁ, ସେଞ୍ଚୁରିଆନ୍ରେ କିଟ୍ ୧୭୧ ରନ୍ରେ କନ୍ଧମାଳକୁ, ପରାମାଉଣ୍ଟରେ ଭଦ୍ରକ ୯ ଵିକେଟରେ କଟକ ବି’କୁ, ଟାଉନ କ୍ଲବ୍ ପଡ଼ିଆରେ ସୁନ୍ଦରଗଡ଼ ୧୯୬ ରନ୍ରେ ନବରଙ୍ଗପୁରକୁ ଏବ˚ ଖୋର୍ଦ୍ଧାରେ ଢେଙ୍କାନାଳ ୪ ଵିକେଟରେ ମାଲକାନଗିରିକୁ ପରାସ୍ତ କରିଛି। ଦ୍ବିତୀୟ ଦିନରେ ସୁନ୍ଦରଗଡ଼ର ଅମନ ଯାଦବ ଶତକ (୧୩୬), କେନ୍ଦୁଝରର ବିଟୁ ଠାକୁର ଅର୍ଦ୍ଧଶତକ (୫୬*) ଅର୍ଜନ କରିଥିଲା ବେଳେ କିଟ୍ର ପ୍ରବୀଣ ପ୍ରଧାନ ୭ ଵିକେଟ ଅକ୍ତିଆର କରିଥିଲେ।
୧୬ ବର୍ଷରୁ କମ୍ ଅନ୍ତଃଜିଲ୍ଲା କ୍ରିକେଟ: ଅମନଙ୍କ ଶତକ, ପ୍ରବୀଣଙ୍କୁ ୭ ଵିକେଟ
/sambad/media/post_attachments/wp-content/uploads/2021/07/456fs56h4f65s4h56fshhhhhhhhhhhhhh.jpg)