୧୯ ବର୍ଷରୁ କମ୍‌ ଅନ୍ତଃଜିଲ୍ଲା କ୍ରିକେଟ୍‌: ଭୁବନେଶ୍ବର, କିଟ୍‌ ବିଜୟୀ

ସାଇଦୀପଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନରେ ଜିତିଲା କଟକ ‘ଏ’
ରିତେଶ, ଦେବାଶିଷ, ସାଗର, ଶ୍ରେଷ୍ଠଙ୍କୁ ୫ ଵିକେଟ୍‌ ସଫଳତା

କଟକ : ସାଇଦୀପ ମହାପାତ୍ରଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ବଳରେ ୧୯ ବର୍ଷରୁ କମ୍‌ ଅନ୍ତଃଜିଲ୍ଲା କ୍ରିକେଟ୍‌ ପ୍ରତିଯୋଗିତାରେ କଟକ ଏ’ ୭୩ ରନ୍‌ରେ ବାଲେଶ୍ବରକୁ ପରାସ୍ତ କରିଛି। ବୋସ୍‌ ପଡ଼ିଆରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ବାଲେଶ୍ବର ଟସ୍‌ ଜିତି ବୋଲି˚ କରିଥିଲା। ସାଇଦୀପ ମହାପାତ୍ରଙ୍କ (୭୭)ଙ୍କ ଅର୍ଦ୍ଧଶତକ ସାଙ୍ଗକୁ ବିନାୟକ ସାହୁଙ୍କ ୩୧ ରନ୍‌ ସହାୟତାରେ କଟକ ଏ’ ୯ ଵିକେଟ୍‌ ବିନିମୟରେ ୧୯୫ ରନ୍‌ କରିଥିଲା। ପ୍ରଶାନ୍ତ ଗାଙ୍ଗଇ ଓ ଅରୁଣ ରାଉତ ୩-୩ ଵିକେଟ୍‌ ନେଇଥିଲେ। ଜବାବ‌ରେ ବାଲେଶ୍ବର ନିୟମିତ ଅନ୍ତରାଳରେ ଵିକେଟ୍‌ ହରାଇଥିଲା। ନିମ୍ନକ୍ରମରେ ସୁମନ ଓଝା ଓ ପ୍ରଶାନ୍ତ ଗାଙ୍ଗଇ ଦଳକୁ ବିପର୍ଯ୍ୟୟରୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ବି ସଫଳ ହୋଇପାରିନଥିଲେ। ଫଳରେ ୩୫.୨ ଓଭରରେ ବାଲେଶ୍ବର ୧୨୨ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ସୁମନ ୫୫* ଓ ପ୍ରଶାନ୍ତ ୩୦ ରନ୍‌ କରିଥିଲେ। ବିଜୟୀ ଦଳ ପାଇଁ ସାଇଦୀପ ୨୦ ରନ୍‌ ବ୍ୟୟ କରି ୫ ଵିକେଟ୍‌ ଅକ୍ତିଆର କରିଥିଲେ। ଶଶାଙ୍ଗ ରୁଙ୍ଗତା ୩ ଵିକେଟ୍‌ ନେଇଥିଲେ।

ଭୁବନେଶ୍ବରର ପୂର୍ବତଟ ରେଳବାଇ ଷ୍ଟାଡିୟମରେ ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚ୍‌ରେ ଭୁବନେଶ୍ବର ଏ’ ୨୩୨ ରନ୍‌ରେ ଭଦ୍ରକକୁ ହରାଇଛି। ପ୍ରଥମେ ବ୍ୟାଟି˚ କରି ଭୁବନେଶ୍ବର ଏ’ ୮ ଵିକେଟ୍‌ ବିନିମୟରେ ୨୮୮ ରନ୍‌ କରିଥିଲା। ଏମ୍‌ଜି ଗୋପାଳ (୫୫), ଅ˚ଶୁମାନ ସାହୁ (୭୨), ସମ୍ବିତ ବରାଳ (୫୭) ଓ ସାଇ ଶୁଭମ (୫୨*) ଅର୍ଦ୍ଧଶତକ ଜମାଇଥିଲା ବେଳେ ଭଦ୍ରକର କୁମାର ସାହୁ ୪ ଵିକେଟ୍‌ ଅକ୍ତିଆର କରିଥିଲେ। ତେବେ ଭଦ୍ରକ ପାଇଁ ଶାଶ୍ବତ ଦାଶ (୨୮*)ଙ୍କୁ ଛାଡ଼ିଦେଲେ ଅନ୍ୟ କେହି ଏକ ଅଙ୍କ ଟପିନପାରିବାରୁ ଦଳ ମାତ୍ର ୫୬ ରନ୍‌ରେ ଅଲ୍‌ଆଉଟ ହୋଇଯାଇଥିଲା। ରିତେଶ ପ୍ରିୟର˚ଜନ ୧୧ ରନ୍‌ ବ୍ୟୟ କରି ୫ ଵିକେଟ୍‌ ନେଇଥିଲେ।

ପୁରୁଣା ଭୁବନେଶ୍ବରର ଟାଉନ କ୍ଲବ୍‌ ପଡ଼ିଆରେ ଭୁବନେଶ୍ବର ବି’ ୬ ଵିକେଟ୍‌ରେ ରାଉରକେଲାକୁ ହରାଇଛି। ଟସ୍‌ ଜିତିଥିବା ରାଉରକେଲା ୩୪.୩ ଓଭରରେ ସମସ୍ତ ଵିକେଟ୍‌ ହରାଇ ୯୨ ରନ୍‌ କରିଥିଲା। ଦେବାଶିଷ ନାୟକ ୬.୩ ଓଭରରେ ୧୭ ରନ୍‌ ବ୍ୟୟ କରି ୫ ଵିକେଟ୍‌ ନେଇଥିଲେ। ସୁଶୀଲ ବାରିକ ଓ ବିକାଶ ନାଏକ ଦୁଇଟି ଲେଖାଏଁ ଵିକେଟ୍‌ ନେଇଥିଲେ। ୯୩ ରନ୍‌ର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଭୁବନେଶ୍ବର ବି’ ଯଦିଓ ପ୍ରାରମ୍ଭିକ କ୍ଷତି ସହିଥିଲା ତଥାପି ୨୬.୧ ଓଭର ବେଳକୁ ୪ ଵିକେଟ୍‌ ହରାଇ ମ୍ୟାଚ୍‌ ଜିତିଯାଇଥିଲା। ସାରା˚ଶ କୁମାର ୪୨* ରନ୍‌ କରି ଦଳକୁ ଜିତାଇବାରେ ଅନ୍ୟତମ ଭୂମିକା ନେଇଥିଲେ।

ବିଡ଼ାନାସୀ ପଡ଼ିଆରେ କିଟ୍‌ ୪ ଵିକେଟ୍‌ରେ ସମ୍ବଲପୁରକୁ ହରାଇ ସୁପରଲିଗ୍‌ରେ ପ୍ରଥମ ବିଜୟ ପାଇଛି। ସମ୍ବଲପୁର ପ୍ରଥମେ ବ୍ୟାଟି˚ ନେଇ ୨୮.୪ ଓଭରରେ ସମସ୍ତ ଵିକେଟ୍‌ ହରାଇ ୯୯ ରନ୍‌ କରିଥିଲା। ହ୍ରିତିକ ପଟେଲ ୩୩, ଧୃତ ସାହୁ ୩୧ ରନ୍‌ ଯୋଡ଼ିଥିଲେ। କିଟ୍‌ ପକ୍ଷରୁ ସାଗର ମଲ୍ଲିକ ୫, ମଣିତେଜ ମହାନ୍ତି ୪ ଵିକେଟ୍‌ ଅକ୍ତିଆର କରିଥିଲେ। ଜବାବରେ କିଟ୍‌ ବିଜୟ ଲକ୍ଷ୍ୟକୁ ୨୭.୧ ଓଭରରେ ୬ ଵିକେଟ୍‌ ହରାଇ ହାସଲ କରିଥିଲା। ନାବିଦତ୍ୟ ମଲ୍ଲିକ ୩୫*, ମଣିତେଜ ମହାନ୍ତି ୨୪ ରନ୍‌ କରି ଦଳକୁ ଜିତାଇଥିଲେ।

ସମ୍ବନ୍ଧିତ ଖବର