୧୬ ବର୍ଷରୁ କମ୍‌ ଅନ୍ତଃଜିଲ୍ଲା କ୍ରିକେଟ: ଅଭିନବ ଓ ଆଶିଷଙ୍କ ଶତକ

କଟକ: ଭୁବନେଶ୍ବରରେ ଚାଲିଥିବା ୧୬ ବର୍ଷରୁ କମ୍‌ ଅନ୍ତଃଜିଲ୍ଲା କ୍ରିକେଟ ପ୍ରତିଯୋଗିତାରେ ଗୁରୁବାର କେନ୍ଦ୍ରାପଡ଼ା, ସମ୍ବଲପୁର, ଅନୁଗୁଳ, ମୟୂରଭଞ୍ଜ, ରାଉରକେଲା, ଗଞ୍ଜାମ ବିଜୟୀ ହୋଇଛନ୍ତି। ସେଞ୍ଚୁରିଆନ୍‌ରେ କେନ୍ଦ୍ରାପଡ଼ା ୬୩ ରନ୍‌ରେ ବୌଦ୍ଧକୁ, ବିଜେବି ହାଇସ୍କୁଲ ପଡ଼ିଆରେ ସମ୍ବଲପୁର ୨୯୯ ରନ୍‌ରେ ରାୟଗଡ଼ାକୁ, ହାଇଟେକ ଷ୍ଟାଡିୟମରେ ଅନୁଗୁଳ ୯୫ ରନ୍‌ରେ ବାଲେଶ୍ବରକୁ, ସିଭି ରମଣ ପଡ଼ିଆରେ ମୟୂରଭଞ୍ଜ ୫ ୱିକେଟରେ କୋରାପୁଟକୁ, ଟାଉନ କ୍ଲବ୍‌ ପଡ଼ିଆରେ ରାଉରକେଲା ୨୩୮ ରନ୍‌ରେ ଜଗତସିଂହପୁରକୁ, ପାରାମାଉଣ୍ଟ ସ୍ପୋର୍ଟିଂ କ୍ଲବ ପଡ଼ିଆରେ ଗଞ୍ଜାମ ୧୦୫ ରନ୍‌ରେ କଳାହାଣ୍ଡିକୁ ପରାସ୍ତ କରିଛି। ସମ୍ବଲପୁରର ଅଭିନବ ନନ୍ଦ (୧୫୨ ବଲ୍‌ରୁ ୧୭୯ ରନ୍‌) ଏବଂ ରାଉରକେଲାର ଆଶିଷ ମଲ୍ଲିକ (୧୩୬ ରନ୍‌) ଶତକ ହାସଲ କରିଥିଲେ। ଏମାନଙ୍କ ବ୍ୟତୀତ କେନ୍ଦ୍ରାପଡ଼ାର କ୍ରିଷ୍ଣା ମହାନ୍ତି ୬୦, ଅନୁଗୁଳର ଶ୍ରେୟାଂଶ ଭରଦ୍ବାଜ ୭୨, ଗଞ୍ଜାମର ସୁଜିତ ଜାନି ୭୫ ରନ୍‌ର ଅର୍ଧଶତକୀୟ ପାଳି ଖେଳିଥିଲେ। ବୋଲରଙ୍କ ମଧ୍ୟରେ ବାଲେଶ୍ବରର ରୁଦ୍ର ବିଶ୍ବାଳ ୫ ୱିକେଟ୍‌ ସଫଳତା ପାଇଥିଲେ।

ସମ୍ବନ୍ଧିତ ଖବର