୧୯ ବର୍ଷରୁ କମ୍‌ ଅନ୍ତଃଜିଲ୍ଲା କ୍ରିକେଟ୍‌: ସମ୍ବଲପୁର, କଟକ-ଏ, ଭୁବନେଶ୍ବର-ଏ, ଅନୁଗୁଳର ବୃହତ୍‌ ବିଜୟ

ଶଶାଙ୍ଗ ଓ ଆୟୁଷଙ୍କ ଶତକ, ଶ୍ରେଷ୍ଠଙ୍କୁ ୬ ଵିକେଟ୍‌

କଟକ: ଏଠାରେ ଚାଲିଥିବା ୧୯ ବର୍ଷରୁ କମ୍‌ ଅନ୍ତଃଜିଲ୍ଲା କ୍ରିକେଟ୍‌ ପ୍ରତିଯୋଗିତାରେ ଗୁରୁବାର ସମ୍ବଲପୁର, କଟକ ଏ’, ଭୁବନେଶ୍ବର ଏ’, ଅନୁଗୁଳ, କଟକ ବି’, କେନ୍ଦ୍ରାପଡ଼ା ବିଜୟୀ ହୋଇଛନ୍ତି। ଡ୍ରିମ୍ସ ଷ୍ଟାଡିୟମରେ ସମ୍ବଲପୁର ୧୯୦ ରନ୍‌ରେ ଦେବଗଡ଼କୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟି˚ କରି ସମ୍ବଲପୁର ୭ ଵିକେଟ୍‌ ବିନିମୟରେ ୩୫୬ ରନ୍‌ କରିଥିଲା। ଆୟୁଷ ମିଶ୍ର (୧୩୨ ରନ୍‌, ୧୧୮ ବଲ୍‌, ୧୭ ଚୌକା, ୧ ଛକା) ଦ୍ରୁତ ଶତକୀୟ ପାଳି ଖେଳିଥିଲା ବେଳେ ପ୍ରତୀକ ପାଣ୍ତେ (୫୫) ଓ ହ୍ରିତିକ ପଟେଲ (୬୫*) ଅର୍ଦ୍ଧଶତକ, ଶ୍ରେଷ୍ଠ ସି˚ହ ୪୨ ରନ୍‌ କରିଥିଲେ। ପ୍ରବୀଣ ତିର୍କି ୩, କୁନାଲ ଦେହୁରି ୨ ଵିକେଟ‌୍ ନେଇଥିଲେ। ବିଶାଳ ଲକ୍ଷକୁ ପିଛା କିରିଥିବା ଦେବଗଡ଼ ୯ ଵିକେଟ୍‌ ବିନିମୟରେ ୧୬୬ ରନ୍‌ କରିପାରିଥିଲା। ପରିତୋଷ ସାହୁ ୩୫ ଓ ପ୍ରବୀଣ ତିର୍କି ୪୯ ରନ୍‌ କରିଥିଲେ। ବିଜୟୀ ଦଳ ପକ୍ଷରୁ ଶ୍ରେଷ୍ଠ ସି˚ହ ୬ ଵିକେଟ୍‌ ସଫଳତା ପାଇଥିଲେ।

ନିମପୁରରେ ଶଶାଙ୍ଗ ରୁଙ୍ଗତାଙ୍କ ଶତକ ଏବ˚ ପ୍ରିନ୍ସ ବେହେରା ଓ ସାଇଦୀପ ମହାପାତ୍ରଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ କଟକ ଏ’ ୧୫୫ ରନ୍‌ରେ ବଲାଙ୍ଗୀରକୁ ହରାଇଛି। ପ୍ରଥମେ ବ୍ୟାଟି˚ କରିଥିବା କଟକ ୩ ଵିକେଟ୍‌ ବିନିମୟରେ ୩୦୫ ରନ୍‌ର ବିଶାଳ ସ୍କୋର୍‌ ଛିଡ଼ା କରିଥିଲା। ଶଶାଙ୍ଗ ୧୦୦ ରନ୍‌ (୧୨୩ ବଲ୍‌, ୧୦ ଚୌକା), ପ୍ରିନ୍ସ ୭୪, ସାଇଦୀପ ୫୯, ଯଜ୍ଞଜିତ ସାହୁ ୧୭*, ବିନାୟକ ସାହୁ ୨୪* ରନ୍‌ କରିଥିଲେ। ଜବାବରେ ବଲାଙ୍ଗୀର ୪୩.୪ ଓଭରରେ ୧୫୦ ରନ୍‌ କରି ସମସ୍ତ ଵିକେଟ୍‌ ହରାଇଥିଲା। ସନ୍ଦୀପ ବେହେରା ୩୯, ଅମନ ମତାରି ୩୭ ରନ୍‌ କରିଥିଲା ବେଳେ ବିଜୟୀ ଦଳ ପକ୍ଷରୁ ସାଇଦୀପ ମହାପାତ୍ର ୪, ମହମ୍ମଦ ଦାନିଶ ୨ ଵିକେଟ୍‌ ଅକ୍ତିଆର କରିଥିଲେ।

ରେଭେନ୍ସା ୧ନମ୍ବର ପଡ଼ିଆରେ ଭୁବନେଶ୍ବର ଏ’ ୨୧୮ ରନ୍‌ରେ ଢେଙ୍କାନାଳକୁ ମାତ୍‌ ଦେଇଛି। ଭୁବନେଶ୍ବର ୭ ଵିକେଟ୍‌ ବିନିମୟରେ ୩୦୬ ରନ୍‌ କରିଥିଲା। ସୁଦର୍ଶନ ସ୍ବାଇଁ (୬୫), ଅ˚ଶୁମାନ ସାହୁ (୭୪) ଅର୍ଦ୍ଧଶତକ ଜମାଇଥିଲା ବେଳେ ତନୟ ବିଶ୍ବାଳ ୩୪, ସାଇ ଶୁଭମ୍‌ ୩୩, ଏମ୍‌ଜି ଗୋପାଳ ୨୮ ରନ୍‌ କରିଥିଲେ। ଢେଙ୍କାନାଳର ଶିବଶଙ୍କର ପଣ୍ତା ୩ ଵିକେଟ୍‌ ପାଇଥିଲେ। ୩୦୭ ରନ୍‌ର ବଡ଼ ଲକ୍ଷ୍ୟକୁ ପିଛା କରିଥିବା ଢେଙ୍କାନାଳ ୮୮ ରନ୍‌ କରିପାରିଥିଲା। ଗୁରୁଦତ୍ତ ପଟ୍ଟନାୟକ (୫୪) ଗୋଟିଏ ପଟୁ ପାଳି ସମ୍ଭାଳି ଅର୍ଦ୍ଧଶତକ ଅର୍ଜନ କରିଥିଲେ ମଧ୍ୟ ଅନ୍ୟକେହି ୫ ରନ୍‌ ବି କରିପାରିନଥିଲେ। ରିତେଶ ପ୍ରିୟର˚ଜନ, ଅ˚ଶୁମାନ ବେଜ୍‌, ସ୍ବୟ˚ ରାଉତରାୟ ତିନିଟି ଲେଖାଏଁ ଵିକେଟ୍‌ ନେଇଥିଲେ।

ରେଭେନ୍ସା ୨ ନମ୍ବର ପଡ଼ିଆରେ ଅନୁଗୁଳ ୧୨୬ ରନ୍‌ରେ ସୋନପୁରକୁ ହରାଇଛି। ରାକେଶ ବିଶ୍ବାଳ (୭୨ ରନ୍‌)ଙ୍କ ଅର୍ଦ୍ଧଶତକ ସାଙ୍ଗକୁ ଚନ୍ଦନ କୁମାର ସାହୁ ୪୬, ସାହିଲ ମହାପାତ୍ର ୪୦*, ରାଜଦୀପ ଦାସ ୩୨ ରନ୍‌ କରିବା‌ରୁ ଅନୁଗୁଳ ୨୫୯ ରନ୍‌ କରିଥିଲା। ସୋନପୁର ପକ୍ଷରୁ ପ୍ରସନ୍ନ ପୁରୋହିତ ସଫଳ ବୋଲର ଭାବେ ୨ ଵିକେଟ୍‌ ନେଇଥିଲେ। ଜବାବରେ ସୋନପୁର ୨୮.୫ ଓଭରରେ ୧୩୩ ରନ୍‌ କରି ସମସ୍ତ ଵିକେଟ୍‌ ହରାଇଥିଲା। ବିଜୟୀ ଦଳ ପକ୍ଷରୁ ମିଲନ ସାମଲ, ଆଶୁତୋଷ ମହାରଣା ତିନିଟି ଲେଖାଏଁ ଵିକେଟ୍‌ ନେଇଥିଲେ।

ବୋସ୍‌ ପଡ଼ିଆରେ କଟକ ବି’ ୯ ଵିକେଟ୍‌ରେ ମୟୂରଭଞ୍ଜକୁ ପରାସ୍ତ କରିଛି। ମୟୂରଭଞ୍ଜ ବ୍ୟାଟି˚ ବିପର୍ଯ୍ୟୟର ଶିକାର ହୋଇ ମାତ୍ର ୫୯ ରନ୍‌ରେ ସମସ୍ତ ଵିକେଟ୍‌ ହରାଇଥିଲା। ବିପ୍ରା˚ସୁ ସି˚ହ (୧୩ ରନ୍‌)ଙ୍କ ବ୍ୟତୀତ ଅନ୍ୟ କେହି ଦୁଇଅଙ୍କରେ ପହଞ୍ଚି ପାରିନଥିଲେ। କଟକ ପକ୍ଷରୁ ମହମ୍ମଦ ଜିସାନ ୩, ରାକେଶ ସାହୁ, ଅରବିନ୍ଦ ଜେନା, ସୋହମ ସାହୁ ଦୁଇଟି ଲେଖାଏଁ ଵିକେଟ ନେଇଥିଲେ। ଜବାବରେ କଟକ ଦଳ ଅଶ୍ବିନୀ ଖଟେଇଙ୍କ ଵିକେଟ ହରାଇ ୧୫.୧ ଓଭରରେ ମ୍ୟାଚ୍‌ ଜିତିନେଇଥିଲା। ସିଦ୍ଧାର୍ଥ ନାୟକ ୨୭ ଓ ଅନୁପମ ସାହୁ ୩୧ ରନ୍‌ କରି ଅପରାଜିତ ରହିଥିଲେ।
ବିଡ଼ାନାସୀ ପଡ଼ିଆରେ କେନ୍ଦ୍ରାପଡ଼ା ୧୦୧ ରନ୍‌ରେ ନୂଆପଡ଼ାକୁ ହରାଇଛି। କେନ୍ଦ୍ରାପଡ଼ା ୪୪.୨ ଓଭରରେ ସମସ୍ତ ଵିକେଟ୍‌ ହରାଇ ୨୩୬ ରନ୍‌ କରିଥିଲା। ସୌମିତ୍ର ବିଶ୍ବାଳ ୫୯, ଶ୍ରୀକାନ୍ତ ସାହୁ ୪୧ ରନ୍‌ କରିଥିବା ବେଳେ ନୂଆପଡ଼ାର ଆୟୁଷମାନ ଗୁପ୍ତା ୩ ଵିକେଟ୍‌ ପାଇଥିଲେ। ତେବେ ନିୟମିତ ଭାବେ ଵିକେଟ୍‌ ହରାଇ ନୂଆପଡ଼ା ୧୩୫ ରନ୍‌ରେ ସୀମିତ ରହିଥିଲା। ବିଜୟୀ ଦଳର ସୌମିତ୍ର ଓ ଅମୂଲ୍ୟ ନାୟକ ୪ ଲେଖାଏଁ ଵିକେଟ୍‌ ଅକ୍ତିଆର କରିଥିଲେ।

ସମ୍ବନ୍ଧିତ ଖବର