୧୯ ବର୍ଷରୁ କମ୍‌ ଅନ୍ତଃଜିଲ୍ଲା କ୍ରିକେଟ୍‌: ସୂର୍ଯ୍ୟ, ଆଶୁତୋଷ, ରାଜୀବ, ଦିନେଶଙ୍କ ଶତକ

ସୁବାଶିଷ ଓ ସୁଦୀପଙ୍କୁ ୫ ଵିକେଟ୍‌ ସଫଳତା

କଟକ,: ଏଠାରେ ଚାଲିଥିବା ୧୯ ବର୍ଷରୁ କମ୍‌ ଅନ୍ତଃଜିଲ୍ଲା କ୍ରିକେଟ୍‌ ପ୍ରତିଯୋଗିତାରେ ଶନିବାର ଗଜପତି, ଭଦ୍ରକ, ଭୁବନେଶ୍ବର ବି’, ଜଗତସି˚ହପୁର, ବାଲେଶ୍ବର ଓ କୋରାପୁଟ ବିଜୟୀ ହୋଇଛନ୍ତି। ଭଦ୍ରକର ସୂର୍ଯ୍ୟ ମହାପାତ୍ର, ବାଲେଶ୍ବରର ଆଶୁତୋଷ ମାରାଣ୍ତି, ରାଜୀବ ଲୋଚନ ସାହୁ, କଳାହାଣ୍ତିର ଦିନେଶ ମାଝୀ ଶତକ ଅର୍ଜନ କରିଛନ୍ତି। ସେହିପରି କନ୍ଧମାଳର ସୁବାଶିଷ ପାଳ ଓ ଜଗତସି˚ହପୁରର ସୁଦୀପ ସ୍ବାଇଁ ୫ ଵିକେଟ୍‌ ସଫଳତା ପାଇଛନ୍ତି। ସବୁଠାରୁ ଚର୍ଚ୍ଚାର ଘଟଣା ହେଉଛି ଜଗତସି˚ହପୁର ବିପକ୍ଷରେ କନ୍ଧମାଳ ଅତିରିକ୍ତ ଭାବେ ୭୮ରନ୍‌ ବ୍ୟୟ କରିିବା। ଜଗତସି˚ହପୁର ଏହି ପାଳିରେ ୧୪୭ ରନ୍‌ କରିଥିଲା।

ବିଡ଼ାନାସୀ ପଡ଼ିଆରେ ଗଜପତି ୫୪ ରନ୍‌ରେ ନବରଙ୍ଗପୁରକୁ ହରାଇଛି। ଟସ୍‌ ଜିତି ବ୍ୟାଟି˚ ନେଇଥିବା ଗଜପତି ୪୦ ଓଭରରେ ସମସ୍ତ ଵିକେଟ ହରାଇ ୧୯୮ ରନ୍‌ କରିଥିଲା। ବ୍ରେନ୍‌ ସି˚ହ ୫୩* ରନ୍‌ର ଅର୍ଦ୍ଧଶତକୀୟ ପାଳି ଖେଳିଥିଲା ବେଳେ କଦଗଳା ଚନ୍ଦୁ ୪୮ ରନ୍‌ କରିଥିଲେ। ନବରଙ୍ଗପୁରର ଦିନେଶ ଶ୍ରୀବାସ୍ତବ ଓ ଦିଲ୍ଲୀପ ବିଶୋଇ ତିନିଟି ଲେଖାଏଁ ଵିକେଟ୍‌ ପାଇଥିଲେ। ଜବାବରେ ନବରଙ୍ଗପୁର ୧୪୪ ରନ୍‌ରେ ସୀମିତ ରହିଥିଲା। ଜି ଆର୍ଯ୍ୟନ ୪୩ ରନ୍‌ କରିଥିଲା ବେଳେ ବିଜୟୀ ଦଳ ପକ୍ଷରୁ ବ୍ରେନ୍‌ ସି˚ହ ୪, ପ୍ରୀତମ ପ୍ରଧାନ ୩ ଵିକେଟ୍‌ ନେଇଥିଲେ। ରେଭେନ୍ସା ୧ନମ୍ବର ପଡ଼ିଆରେ ଭଦ୍ରକ ୫ ଵିକେଟ୍‌ରେ ଯାଜପୁରକୁ ପରାସ୍ତ କରିଛି। ପ୍ରଥମେ ବୋଲିଂ ନେଇଥିବା ଭଦ୍ରକ ପ୍ରତିପକ୍ଷ ଯାଜପୁରକୁ ୪୪.୨ ଓଭରରେ ୧୭୧ ରନ୍‌ରେ ରୋକିଥିଲା। ଯାଜପୁର ପାଇଁ ମହମ୍ମଦ ସୋହେଲ ୭୯ ରନ୍‌ର ଅର୍ଦ୍ଧଶତକୀୟ ପାଳି ଖେଳିଥିଲା ବେଳେ ଭଦ୍ରକର ମିର କାଫିରୁଦ୍ଦିନ୍‌ ୩ ଵିକେଟ୍‌ ନେଇଥିଲେ। ଜବାବରେ ଭଦ୍ରକ ୪୪.୫ ଓଭରରେ ୫ ଵିକେଟ୍‌ ହରାଇ ମ୍ୟାଚ୍‌ ଜିତିଥିଲା। ସୂର୍ଯ୍ୟ ମହାପାତ୍ର ଅପରାଜିତ ଶତକୀୟ ପାଳି ଖେଳିଥିଲେ। ସେ ୧୦୭ ବଲ୍‌ରୁ ୧୦ ଚୌକା ଓ ୨ ଛକା ସହାୟତାରେ ୧୦୦ ରନ୍‌ କରିଥିଲେ।

ନିମପୁରରେ ଭୁବନେଶ୍ବର ବି’ ୮ ଵିକେଟ୍‌ରେ ବରଗଡ଼କୁ ହରାଇଛି। ବରଗଡ଼ ମାତ୍ର ୯୭ ରନ୍‌ରେ ସମସ୍ତ ଵିକେଟ୍‌ ହରାଇଥିଲା। ଭୁବନେଶ୍ବରର ସୁଶୀଲ ବାରିକ, ବିକାଶ ନାଏକ ତିନିଟି ଲେଖାଏଁ ଏବ˚ ବିରାଜକାନ୍ତ ବେହେରା, ପ୍ରତ୍ୟୁଷ ସାହୁ ଦୁଇଟି ଲେଖାଏଁ ଵିକେଟ୍‌ ପାଇଥିଲେ। ଏହି ସହଜସାଧ୍ୟ ଲକ୍ଷକୁ ଭୁବନେଶ୍ବର ଦଳ ୨୧.୪ ଓଭରରେ ୨ ଵିକେଟ୍‌ ହରାଇ ହାସଲ କରିଥିଲା। ସାରା˚ଶ କୁମାର ୪୮, ଅନ୍ବେଶ ତ୍ରିପାଠୀ ୨୩, ବିଭା˚ଶୁ ରାଏ ୧୯ ରନ୍‌ର ପାଳି ଖେଳିଥିଲେ। ଡ୍ରିମ୍ସରେ ଜଗତସି˚ହପୁର ୧୦୩ ରନ୍‌ରେ କନ୍ଧମାଳକୁ ପରାସ୍ତ କରିଛି। କନ୍ଧମାଳ ପ୍ରଥମେ ବୋଲି˚ କରି ଜଗତସି˚ହପୁରକୁ ୩୬.୫ ଓଭରରେ ୧୪୭ ରନ୍‌ରେ ଅଟକାଇ ଦେଇଥିଲା। ବିଶ୍ବଜିତ ସୂତାର ୨୯, ଅବରାର ଅଜିଜ୍‌ ୨୩ ରନ୍‌ କରିଥିଲେ। ତେବେ ସବୁଠୁ ଚର୍ଚ୍ଚାର ବିଷୟ ହେଲା ଏହି ପାଳିରେ ସର୍ବାଧିକ ରନ୍‌ କରିଥିବା ଖେଳାଳିଙ୍କ ଅପେକ୍ଷା ଅତିରିକ୍ତ ରନ୍‌ ସ˚ଖ୍ୟା ତିନିଗୁଣାରୁ ଅଧିକ ଥିଲା। କନ୍ଧମାଳର ବୋଲରମାନେ ୭୮ ରନ୍‌ ଅତିରିକ୍ତ ଭାବେ ବ୍ୟୟ କରିଥିଲେ। ଏଥିମଧ୍ୟରେ ୭୨ ଵାଇଡ୍‌ ସାମିଲ ଥିଲା। ସୁବାଶିଷ ପାଳ ୫ ଵିକେଟ୍‌ ଅକ୍ତିଆର କରିଥିଲେ। ଜବାବରେ କନ୍ଧମାଳ ମାତ୍ର ୪୪ ରନ୍‌ କରି ସମସ୍ତ ଵିକେଟ୍‌ ହରାଇଥିଲା। ସୁଦୀପ ସ୍ବାଇଁ ୫, ସନ୍ୟାସି ପଟ୍ଟନାୟକ ୩ ଵିକେଟ୍‌ ନେଇଥିଲେ।

ବୋସ୍‌ ପଡ଼ିଆରେ ବାଲେଶ୍ବର ୧୧୧ ରନ୍‌ରେ ପୁରୀକୁ ହରାଇଛି। ବାଲେଶ୍ବର ୩୩୩ ରନ୍‌ର ବିଶାଳ ରନ୍‌ ଛିଡ଼ା କରିଥିଲା। ଆଶୁତୋଷ ମାରାଣ୍ତି ଓ ରାଜୀବ ଲୋଚନ ସାହୁ ଉଭୟେ ଶତକୀୟ ପାଳି ଖେଳିଥିଲେ। ଆଶୁତୋଷ ୧୦୫ ବଲ୍‌ରୁ ୧୦ ଚୌକା ଓ ୬ ଛକା ସହାୟତାରେ ୧୦୮ ଏବ˚ ରାଜୀବ ୮୦ ବଲ୍‌ରୁ ୧୧ ଚୌକା ଓ ୪ ଛକା ସହାୟତାରେ ୧୧୦ ରନ୍‌ କରିଥିଲେ। ପବିତ୍ର ବିଶୋଇ ୪ ଵିକେଟ୍‌ ଅକ୍ତିଆର କରିଥିଲେ। ପୁରୀ ୨୨୨ ରନ୍‌ରେ ସମସ୍ତ ଵିକେଟ୍‌ ହରାଇଥିଲା। ନିଶାନ୍ତ ନାୟକ ୪୨, ନିଶାନ ଦାସ ୪୧*, ସୁମିତ ସାହୁ ୩୭ ରନ୍‌ କରିଥିଲେ। ବିଜୟୀ ଦଳର ରାଜୀବ ଓ ଶୁଭଶଙ୍କର ବାରିକ ତିନିଟି ଲେଖାଏଁ ଵିକେଟ୍‌ ପାଇଥିଲେ। ରେଭେନ୍ସା ୨ନମ୍ବର ପଡ଼ିଆରେ କୋରାପୁଟ ୨ ଵିକେଟ୍‌ରେ କଳାହାଣ୍ତିକୁ ହରାଇଛି। ସ˚ଘର୍ଷପୂର୍ଣ୍ଣ ଏହି ମ୍ୟାଚ୍‌ରେ କଳାହାଣ୍ତି ୨୦୫ ରନ୍‌ କରିଥିଲା। ଅଧିନାୟକ ଦିନେଶ ମାଝୀ ଶତକ ଜମାଇଥିଲେ। ସେ ୧୪୪ ବଲ୍‌ରୁ ୧୭ ଚୌକା ଓ ୯ ଛକା ସହାୟତାରେ ୧୬୮ ରନ୍‌ କରିଥିଲେ। ତାଙ୍କ ବ୍ୟତୀତ ଅତରିକ୍ତ ୩୧ ରନ୍‌ ଆସିଥିଲା। କୋରାପୁଟର ନିର˚ଜନ ଗୌଡ଼ ଓ ଆଦିତ୍ୟ ଶତପଥି ୩ଟି ଲେଖାଏଁ ଵିକେଟ୍‌ ନେଇଥିଲେ। ଜବବାରେ କୋରାପୁଟ ୮ ଵିକେଟ୍‌ ହରାଇ ମ୍ୟାଚ୍‌ ଜିତିଥିଲା। ଅର୍ସଦ କିରଣ ୮୫, ଶୁଭମ୍‌ ସି˚ହ ୪୨ ରନ୍‌ କରି ବିଜୟର ମଙ୍ଗ ଧରିଥିଲେ।

ସମ୍ବନ୍ଧିତ ଖବର