ଭୁବନେଶ୍ବର: ସିଟି କ୍ଲବ୍ ଏବଂ ଓଡ଼ିଶା ଫୁଟ୍ବଲ୍ ଟେନିସ୍ ସଂଘର ମିଳିତ ଆନୁକୂଲ୍ୟରେ ଆୟୋଜିତ ପଞ୍ଚମ ନରେନ୍ଦ୍ର ଜେନା ସ୍ମାରକୀ ଅନ୍ତଃଜିଲ୍ଲା ଫୁଟ୍ବଲ୍ ଟେନିସ୍ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି। ମମତାଜଅଲ୍ଲୀ ହାଇସ୍କୁଲ୍ ଖେଳପଡ଼ିଆଠାରେ ଆୟୋଜିତ ଏହି ପ୍ରତିଯୋଗିତାର ମହିଳାରେ ଯାଜପୁର ବିଜେତା, ଭଦ୍ରକ ଉପବିଜେତା, କେନ୍ଦ୍ରାପଡ଼ା ତୃତୀୟ ହୋଇଥିଲା। ପୁରୁଷରେ କନ୍ଧମାଳ ବିଜେତା ଓ ଯାଜପୁର ଉପବିଜେତା ଓ ଜେଡି ବୟଜ ଭୁବନେଶ୍ବର ତୃତୀୟସ୍ଥାନ ଅଧିକାର କରିଥିଲା। ମହିଳା ବର୍ଗରେ ପୂଜାରାଣୀ ଦାସ ଏବଂ ପୁରୁଷରେ ସତ୍ୟମ ସିଂହ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଉଦ୍ଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ବର ଦୌଡ଼କୁଦ ସଂଘର ସଭାପତି ବିଧାୟକ ସୁରେଶ କୁମାର ରାଉତରାୟ ଯୋଗ ଦେଇଥିବା ବେଳେ ସମ୍ମାନିତ ଭାବେ ସମ୍ପାଦକ ସୌର୍ଯ୍ୟରଞ୍ଜନ ପରିଜା, ରାଧାକାନ୍ତ ମହାପାତ୍ର, ଭାଗ୍ୟଧର ଜଗଦେବ, କଣ୍ଠଶିଳ୍ପୀ ଜୟଶ୍ରୀ ଧଳ, ଫୁଟ୍ବଲ୍ ଟେନିସ୍ର ରାଜ୍ୟ ସଭାପତି ସମରେନ୍ଦ୍ର ଜେନା, ପଦ୍ମଜା ପ୍ରିୟଦର୍ଶିନୀ ଜେନା, ଗୀତାରାଣୀ ବେହେରା, ବିଶିଷ୍ଟ କ୍ରୀଡ଼ା ସଂଗଠକ ସହଦେବ ରାଉତ, ନଳିନୀକାନ୍ତ ମିଶ୍ର, ମହେନ୍ଦ୍ର ବଳବନ୍ତ ରାୟ, ନବକିଶୋର ବେହେରା, ତ୍ରିନାଥ ମଙ୍ଗରାଜ, ଜଲିଲ୍ ଖାନ, ଉମାକାନ୍ତ ପୃଷ୍ଟି, ମହମଦ ଜିଆଉଦ୍ଦିନ ଅହମ୍ମଦ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପ୍ରତିଯୋଗିତାକୁ ପରିଚାଳନା କରିଥିଲେ ସୁଜିତ କୁମାର ପାତ୍ର, ରଶ୍ମିତା ମହାନ୍ତି, ତାଜୁଦ୍ଦିନ ଖାନ। ଉକ୍ତ ସଭାକୁ ପରିଚାଳନା କରିଥିଲେ ସିଟି କ୍ଲବ୍ର ସମ୍ପାଦକ ପ୍ରଦୀପ କୁମାର ରାଉତରାୟ।
ଅନ୍ତଃଜିଲ୍ଲା ଫୁଟ୍ବଲ୍ ଟେନିସ୍: ଯାଜପୁର, କନ୍ଧମାଳ ବିଜେତା
/sambad/media/post_attachments/wp-content/uploads/2022/03/65d4h654654gdgd132gdadg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)