କଟକ: ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ଅନ୍ତଃଜିଲ୍ଲା କଳାହାଣ୍ଡି କପ୍ର ଗୁରୁବାର ମ୍ୟାଚ୍ଗୁଡ଼ିକରେ ଗଂଜାମ, କେନ୍ଦ୍ରାପଡା, ଗଜପତି ଦଳ ବିଜୟୀ ହୋଇଛନ୍ତି। ସନ୍ସାଇନ୍ ପଡିଆରେ ଗଂଜାମ ୫ ୱିକେଟ୍ରେ ପାରାଦୀପକୁ ହରାଇଛି। ପାରାଦୀପ ୩୨.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୧୪୨ ରନ୍ କରିଥିଲା। ଗଂଜାମର କେ. ଈଶ୍ବର ପ୍ରସାଦ ୮ ଓଭରେ ୩୫ ରନ୍ ଦେଇ ୫ ୱିକେଟ୍ ଅକ୍ତିଆର କରିଥିଲେ। ଜବାବରେ ଗଂଜାମ ୩୩ ଓଭରରେ ୫ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ୧୪୩ରେ ପହଞ୍ଚି ଯାଇଥିଲା। ଅଡ଼ଶପୁର ପଡିଆରେ କେନ୍ଦ୍ରାପଡା ୮ ୱିକେଟ୍ରେ ମାଲକାନଗିରିକୁ ହରାଇଛି। ମାଲକାନଗିରି ୨୪.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୧୧୪ ରନ୍ କରିଥିଲା। ଜବାବରେ କେନ୍ଦ୍ରାପଡା ୧୫.୧ ଓଭରରେ ୨ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଏମ୍ଜିଏମ୍ ସ୍ପୋର୍ଟସ୍ କଂପ୍ଲେକ୍ସରେ ଗଜପତି ୮ ୱିକେଟ୍ରେ ନୂଆପଡାକୁ ହରାଇଛି। ନୂଆପଡା ୩୪.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୧୨୩ ରନ୍ କରିଥିଲା। ଜବାବରେ ଗଜପତି ୧୫.୨ ଓଭରରେ ୨ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ୧୨୪ ହାସଲ କରିଥିଲା।
ଅନ୍ତଃଜିଲ୍ଲା କଳାହାଣ୍ଡି କପ୍: ଗଂଜାମ, କେନ୍ଦ୍ରାପଡା, ଗଜପତି ବିଜୟୀ
/sambad/media/post_attachments/wp-content/uploads/2023/04/f54h65sf465fhfhsfh.jpg)